ଭୋଟ ଗଣତି ଶେଷ ପରେ ପାକିସ୍ତାନରେ ଅସ୍ପଷ୍ଟ ଜନାଦେଶ: ଜେଲରେ ଥିବା ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ

ପାକିସ୍ତାନରେ ଅସ୍ପଷ୍ଟ ଜନାଦେଶ । ଜେଲରେ ଥିବା ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ । ଶତାଧିକ ସିଟରେ ବିଜୟୀ ହୋଇଛନ୍ତି । କିନ୍ତୁ ସ୍ବାଧୀନ ଭାବେ ଲଢ଼ି ଥିବାରୁ ସରକାର ଗଠନ କରିବା ସମ୍ଭବ ନୁହେଁ । ନୱାଜ ସରିଫଙ୍କ PML-Nକୁ ୭୫ସିଟ୍ ମିଳିଥିବା ବେଳେ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ PPPକୁ ୫୩ ସିଟ୍ ମିଳିଛି ।

ପାକିସ୍ତାନ: ଭୋଟ ଗଣତି ଶେଷ ପରେ ପାକିସ୍ତାନରେ ଅସ୍ପଷ୍ଟ ଜନାଦେଶ । ଜେଲରେ ଥିବା ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ । ଶତାଧିକ ସିଟରେ ବିଜୟୀ ହୋଇଛନ୍ତି । କିନ୍ତୁ ସ୍ବାଧୀନ ଭାବେ ଲଢ଼ି ଥିବାରୁ ସରକାର ଗଠନ କରିବା ସମ୍ଭବ ନୁହେଁ । ନୱାଜ ସରିଫଙ୍କ PML-Nକୁ ୭୫ସିଟ୍ ମିଳିଥିବା ବେଳେ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ PPPକୁ ୫୩ ସିଟ୍ ମିଳିଛି ।

ତିନି ପ୍ରମୁଖ ଦଳ ବ୍ୟତୀତ ଏମକ୍ୟୁଏମ-ପିକୁ ମିଳିଛି ୧୭ ଆସନ । ୨୬୫ ସିଟରେ ଭୋଟିଂ ହୋଇଥିଲା। ସରକାର ଗଠନ ପାଇଁ ୧୩୩ ସିଟ୍ ଆବଶ୍ୟକ । ସ୍ପଷ୍ଟ ବହୁମତ ମିଳିନଥିବାରୁ ନୱାଜ ଓ ବିଲାଓ୍ଲଲ ମିଳିତ ଭାବେ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଇମ୍ରାନଙ୍କୁ କ୍ଷମତାରୁ ବିରତ ରଖିବାକୁ ଚାହୁଁଥିବା ପାକ ସେନା ଏହି ମେଣ୍ଟ ସରକାର ପ୍ରତି ନିଜର ନରମ ଆଭିମୁଖ୍ୟ ରହିଛି ।

ସରକାର ଗଠନ ନେଇ ଅନିଶ୍ଚିତତା ସହ ପାକିସ୍ତାନରେ ଅଶାନ୍ତି ଆରମ୍ଭ ହୋଇଛି । ପିଟିଆଇ କର୍ମୀମାନେ ବ୍ୟାପକ ଆନ୍ଦୋଳନ କରିଛନ୍ତି । ଭୋଟ ଗଣତିରେ ଜାଲିଆତି ଅଭିଯୋଗ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି । ଲାହୋର, ରାଓଲପିଣ୍ଡି ଓ ଇସଲାମାବାଦରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆନ୍ଦୋଳନ ବେଳେ ଗୁଳିମାଡ଼ ବି ହୋଇଛି । ପିଟିଆଇ ପ୍ରାର୍ଥୀଙ୍କୁ ବିଭିନ୍ନ ସ୍ଥାନରେ ଗିରଫ କରାଯାଉଛି। ହିଂସା ବ୍ୟାପକ ହେବା ସହ ଗୃହଯୁଦ୍ଧ ଆଶଂକା ବି ରହିଛି ।