ଇସ୍ରାଏଲ ସହ ଭାରତର ସମ୍ପର୍କକୁ ନେଇ ପାକିସ୍ତାନର ଭୟ, ଡରୁଛି କାଳେ ପୁଣି ଆକ୍ରମଣ ହେବକି ?

ନୂଆଦିଲ୍ଲୀ : ବାଲାକୋଟ ଆକ୍ରମଣ ପରେ ପାକିସ୍ତାନର ସ୍ଥିତି ସୁଧୁରି ନାହିଁ । ଏହା ଉପରେ ପଡ଼ୋଶୀ ରାଷ୍ଟ୍ର ସମେତ ଆନ୍ତର୍ଜାତିକ ସ୍ତରରୁ ପ୍ରବଳ ଚାପ ପଡ଼ିଛି । ଆହୁରି ମଧ୍ୟ ଇସ୍ରାଏଲ ସହିତ ମିଶି ଭାରତ କାଳେ ପୁନର୍ବାର ଆକ୍ରମଣ କରିବ ଏବେ ସେହି ଚିନ୍ତା ଘରିଛି ପାକିସ୍ତାନ ସରକାରଙ୍କୁ । ଏଥର ରାଜସ୍ଥାନର ଏୟାରବେସ୍ରୁ ଭାରତ ହମଲା କରିପାରେ ବୋଲି ପାକିସ୍ତାନ ଆଶଙ୍କା କରିଛି । ବର୍ତ୍ତମାନ ପାକିସ୍ତାନର ଏକ ଇଂରାଜୀ ଗଣ ମାଧ୍ୟମର ପ୍ରକାଶ ପାଇଛି କି ଭାରତ ପକ୍ଷରୁ ଆକ୍ରମଣର ସୂଚନା ଥାଇ ମଧ୍ୟ ଏ ବାବଦରେ ପକିସ୍ତାନ ସରକାର କଡ଼ା ଚେତାବନୀ ଦେଇଛନ୍ତି ପାକିସ୍ତାନ ପ୍ରତି ଆକ୍ରମଣ କରିବାକୁ ପଛାଇବ ନାହିଁ ବୋଲି କହିଛନ୍ତି । ଏମିତିକି ପାକିସ୍ତାନର ଏଭଳି ଯୋଜନା ଓ ଚେତାବନୀ ପରେ ଭାରତ ଦୁଇପାଦ ପଛଘୁଞ୍ଚା ଦେଇଛି ବୋଲି ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି । ସେଠାକାର ଗଣମାଧ୍ୟମର ରିପୋର୍ଟ ମୁତାବକ ପାକିସ୍ତାନକୁ ଦୁଇ ତରଫରୁ ଆକ୍ରମଣର ସନ୍ଦେହ ରହିଛି, ଗୋଟିଏ ଆତଙ୍କବାଦୀଙ୍କର ଓ ଅନ୍ୟଟି ଆର୍ଥିକ ସଙ୍କଟର ।
ପାକିସ୍ତାନ ଗଣମାଧ୍ୟମରେ ଭାରତକୁ ନେଇ ଯେଉଁଭଳି ଚର୍ଚ୍ଚା ଚାଲିଛି ଏଥିରୁ ଲାଗୁଛି ପାକିସ୍ତାନ ଭୟରେ ନର୍ଭସ ହୋଇପଡ଼ିଛି । ଏଠାରେ ବଡ ପ୍ରଶ୍ନ ହେଉଛି, ପାକିସ୍ତାନ କାହିଁକି ଇସ୍ରାଏଲ ପ୍ରସଙ୍ଗ ଉଠାଉଛି ?
ଏହା ପୂର୍ବରୁ ପାକିସ୍ତାନ ତରଫରୁ ଏପ୍ରକାର ମନ୍ତବ୍ୟ କେବେ ବି ଆସିନଥିଲା । ବାଲାକୋଟ ପରେ ପାକିସ୍ତାନର ଏକ ଡ୍ରୋନ କ୍ୟାମେରା ରାଜସ୍ଥାନରେ ଭାରତର ବାୟୁସୀମା ଉଲ୍ଲଂଘନ କରି ଆସଥିବା ବେଳେ ଭାରତର ବାୟୁସେନା ଇସ୍ରାଏଲ ପ୍ରସ୍ତୁତ ଡର୍ବି ମିସାଇଲ ଦ୍ୱାରା ଶତ୍ରୁପକ୍ଷର ଡ୍ରୋନ୍କୁ ଖସାଇ ଦେଇଥିଲା । ଭାରତ ଏହାକୁ ପ୍ରଥମ ଥର ବ୍ୟବହାର କରିଛି ।
ଆସନ୍ତୁ ଜାଣିବା ଡର୍ବି ମିସାଇଲ ବିଷୟରେ
ଡର୍ବି ମିସାଇଲ ଓଜନ ୧୧୮ କିଲୋଗ୍ରାମ । ଏହା ୨୦ରୁ ୫୦ କିଲୋମିଟରର ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରିପାରିବ । ଏହି ମସାଇଲ ୩୦ହଜାର ରୁ ୫୨ ହଜାର ଫୁଟ ଉଚ୍ଚତାକୁ ଯାଇ ପାରିବା ସହ ଆକ୍ଟିଭ ଲେଜର ଓ ଇଲେକ୍ଟ୍ରୋ ମ୍ୟାଗନେଟିକ ପ୍ରକ୍ସିମିଟ ଫ୍ୟୁଜ ସହିତ ଆକ୍ରମଣ କରିପାରେ । ତା ସହିତ ଟେଟ୍ରା-ଟ୍ରକରେ ଛାଡା ଯାଇ ପାରିବ । ବର୍ତ୍ତମାନ ଏହି ମିଶାଇଲ ଇସ୍ରାଏଲ ବ୍ୟତୀତ, ଜର୍ଜିଆ, ସିଙ୍ଗାପୁର ଓ ଭିଏତନାମ ପାଖରେ ଅଛି ।
ବାଲାକୋଟରେ ଯେତେବେଳେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକର କରିଥିଲା ସେହି ସମୟରେ ଇସ୍ରାଏଲର ଆବାକସ ସିଷ୍ଟମ ବହୁ ମାତ୍ରାରେ କାମରେ ଆସିଥିଲା । ଭାରତର ମିରାଜ-୨୦୦୦ ଜେଟ୍ ବିମାନ ପାକିସ୍ତାନ ଭିତରେ ପଶି ବୋମା ବର୍ଷା କରୁଥିବା ବେଳେ ଏହାର ବ୍ୟବହାର କରାଯାଇଥିଲା । ଏହି ସିଷ୍ଟମକୁ ଫାଇଟର ପ୍ଲେନରେ ଫିଟ କରାଯାଏ । ଶତ୍ରୁର ଗତିବିଧିକୁ ଲକ୍ଷ୍ୟ କରି ସମୟ ପୁର୍ବରୁ ଆଲର୍ଟ କରିଦିଏ । ଏହି ଅପରେସନରେ ବିଶେଷତ୍ୱ ଥିଲା କି ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ୍ କରିବା ପାଇଁ ଖାସ ଲେଜର ଗାଇଡେଡ୍ ମିସାଇଲର ବ୍ୟବହାର କରାଯାଇଥିଲା । ଏ.ଏସ –୩୦ ଲେଜର ଗାଇଡ ମିସାଇଲ ଏହି ପୂରା ଅପରେସନରେ ବ୍ୟବହାର କରାଯାଇଛି । ଏହା ଆକାଶରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରି ପାରୁଥିବା ଏକ ମିସାଇଲ, ଯାହା ନୋର୍ଡ ଏଭିିଏସନ ତିଆରି କରିଥିଲା । ଏହି ମିସାଇଲକୁ ବିଶେଷ କରି ବଙ୍କର, ଲଞ୍ଚପ୍ୟାଡ ପାଇଁ ନିର୍ମାଣ କରାଯାଇଛି । କାହିଁକି ନା ଏହି ମିସାଇଲ ନିଜର ଟାର୍ଗେଟରେ ସଠିକ ଆକ୍ରମଣ କରିପାରେ । ଏହା ଏ.ଏସ-୨୦ର ଅତ୍ୟାଧୁନିକ ଓ ବଡ ଭର୍ସନ ଅଟେ । ଏ.ଏସ-୩୦ ଲେଜର ଗାଇଡେଡ୍ ମିସାଇଲର ବିଶେଷତ୍ୱ ହେଲା ଏଥିରେ ଟାର୍ଗେଟ ଏମିତି ସେଟ୍ କରାଯାଇଥାଏ କି ଯେକୌଣସି ପରିସ୍ଥିତିରେ ଶତ୍ରୁ ଏହାର ଟାର୍ଗେଟରୁ ମୁକ୍ତି ପାଇ ପାରେନାହିଁ ।
ପାକିସ୍ତାନ ଦ୍ୱାରା ଇସ୍ରାଏଲକୁ ପ୍ରସଙ୍ଗ କରିବାର ଏକ ବଡ କାରଣ ଏହା ଯେ, ଫୁଲଓ୍ଵାମା ହାମଲା ପରେ ଭାରତ ପାକିସ୍ତନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଇସ୍ରାଏଲ ଖୋଲା ଖୋଲି କହିଛି । ଏଥି ସହ ଭାରତକୁ ସବୁ ପ୍ରକାର ସାହାଯ୍ୟ ଦେବ ବେଲି ପ୍ରତିଶ୍ରୁତି ଦେଇଛି । ଖାଲି ସେତିକି ନୁହେଁ, ଇସ୍ରାଏଲ ଫିଲିସ୍ତିନ ବିରୋଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା ପାକିସ୍ତାନ ବିରୁଦ୍ଧରେ ଭାରତ ସେହିଭଳି ପଦକ୍ଷେପ ନେବା ଦରକାର ବୋଲି ଇସ୍ରାଏଲ କହିଥିଲା ।