LOCରେ ପାକିସ୍ତାନର ଗୁଳିମାଡ଼, ମୁହଁତୋଡ ଜବାବ ଦେଲା ଭାରତୀୟ ସେନା

LOCରେ ପୁଣି ଫାୟାରିଂ । ଗତରାତିରୁ LOCରେ ପାକିସ୍ତାନ ସେନା ପୋଷ୍ଟରୁ ପୁଣି ଗୁଳିମାଡ଼ । ଲଗାତାର ଚତୁର୍ଥ ଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । କଡ଼ା ଜବାବ ଦେଲା ଭାରତୀୟ ସେନା । କୁପୱାଡା ଓ ପୁଞ୍ଚ ଜିଲ୍ଲାରେ ପାକିସ୍ତାନ ପଟୁ ଗତରାତିରୁ ଗୁଳିମାଡ଼ କରାଯାଇଛି । ଏହି ଆକ୍ରମଣର କଡ଼ା ଜବାବ ଦେଇଛି ଭାରତୀୟ ସେନା ।
ଏପ୍ରିଲ୍ ୨୭-୨୮ ରାତିରେ ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ କୁପୱାରା ଏବଂ ପୁଞ୍ଚ ଜିଲ୍ଲାର ବିପରୀତ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ହୋଇ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା ଆରମ୍ଭ କରିଥିଲେ । ଭାରତୀୟ ସେନା ମଧ୍ୟ ଏହାର ଜବାବ ଦିଆଯାଉଛି ।
ପୁଲୱାମା ଘଟଣା ପରେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ସବୁଠାରୁ ଖରାପ ଆକ୍ରମଣ ହେଉଛି ପହଲଗାମ ଆତଙ୍କବାଦୀ ଆକ୍ରମଣ । ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟ ଉତ୍ତେଜନା ଲାଗି ରହିଛି । ଏହାପରେ ପୁଞ୍ଚ ସେକ୍ଟରରେ ପାକିସ୍ତାନ ପ୍ରଥମ ଥର ଟାର୍ଗେଟେଡ୍ ଫାୟାରିଂ କରିଛି । ଅସ୍ତ୍ରବିରତିର ଉଲ୍ଲଂଘନ କରି ୪ ଦିନ ହେଲା ଏଲଓସିର ବିଭିନ୍ନ ସେକ୍ଚରରେ ଗୁଳିମାଡ଼ କରୁଛି ପାକିସ୍ତାନ ସେନା । ଯାହାର ଭାରତୀୟ ସେନା ପକ୍ଷରୁ ଦୃଢ଼ ମୁକାବିଲା କରାଯାଉଛି । ଭାରତ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ପାକିସ୍ତାନ ନାଗରିକଙ୍କୁ ଭାରତରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଅଟାରୀ- ୱାଘା ଚେକପୋଷ୍ଟକୁ ବନ୍ଦ କରାଯାଇଛି । ନୂଆଦିଲ୍ଲ ସ୍ଥିତ ପାକିସ୍ତାନ ହାଇକମିସନରେ ଥିବା ଅଲୋଡା କର୍ମଚାରୀଙ୍କୁ ତଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Also Read : ଫ୍ରାନସ ଠାରୁ ୨୬ଟି ରାଫେଲ କିଣିବ ଭାରତ, ୬୩ ହଜାର କୋଟିର ଡିଲରେ ଆଜି ବାଜିବ ମୋହର