ସେନାର ପ୍ରସ୍ତୁତି ସହ ମିସାଇଲ ଟେଷ୍ଟ କଲା ପାକିସ୍ତାନ, ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର

ପହଲଗାମ ଆକ୍ରମଣ ପରେ ଭାରତ ଭୟରେ ପାକିସ୍ତାନର ଯୁଦ୍ଧ ପ୍ରସ୍ତୁତି । ଅନୁରୋଧ କ୍ରମେ ଅନ୍ୟ ଦେଶରୁ ଅସ୍ତ୍ରଶସ୍ତ୍ର ଯୋଗାଡ କରିବା ଆରମ୍ଭ କରିଛି । ଯେଉଁଥି ପାଇଁ ଆଜି ପାକିସ୍ତାନ କ୍ଷେପଣାସ୍ତ୍ରର ପରୀକ୍ଷଣ ନୀରିକ୍ଷଣକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି । ଭାରତର କଠୋର ମନୋଭାବକୁ ନେଇ ପାକିସ୍ତାନ ଭବିଷ୍ୟତରେ ବିପଦର ବାତାବରଣ ସୃଷ୍ଟି କରିବା ପ୍ରସ୍ତୁତିରେ କୌଣସି ପଛଘୁଞ୍ଚା ଦେଉନାହିଁ । ମିଶାଇଲ ନାମ ଅବଦଲି ବୋଲି ସୂଚନା ମିଳୁଛି । ପରୀକ୍ଷଣରୁ ଜଣାପଡିଛି ଯେ, ଏହାର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର ।
ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ସେନାର ପ୍ରସ୍ତୁତି ସହ ମିସାଇଲ ଟେଷ୍ଟ କଲା ପାକିସ୍ତାନ। ସରଫେସ୍-ଟୁ-ସରଫେସ୍ ଅବଦାଲି ମିସାଇଲ ସିଷ୍ଟମ୍ ପରୀକ୍ଷା କରିଛି ପାକିସ୍ତାନ। ୪୫୦ କିଲୋମିଟର ରହିଛି ଏହାର ଲକ୍ଷ୍ୟଭେଦ କ୍ଷମତା। ପାକିସ୍ତାନ ସେନା ବାହିନୀ ନିଜର ଅପରେସନ୍ ରେଡିନେସ୍ ପ୍ରଦର୍ଶନ କରିବାକୁ ଏହି ମିସାଇଲ ଟେଷ୍ଟ କରିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରିବ ଏହି କ୍ଷେପଣାସ୍ତ୍ର। ଅନ୍ୟପଟେ ଚଳିତ ସପ୍ତାହରେ ବାଲିଷ୍ଟିକ ମିସାଇଲ ଟେଷ୍ଟ କରିବାକୁ ପ୍ରସ୍ତୁତି ଚଳାଇଛି ପାକିସ୍ତାନ। ଏଣେ ୩ ସେନା ଦେଖାଉଛନ୍ତି ପରାକ୍ରମ । ଆରବ ସାଗରରେ ଭାରତୀୟ ନୌସେନାର ଘନଘନ ମିସାଇଲ ପରୀକ୍ଷା । ଶତ୍ରୁକୁ ସିଧା ବାର୍ତ୍ତା ଦେଇଛି ନେଭି। ଯେକୌଣସି ମୁହୂର୍ତ୍ତରେ ଅମେ କରିପାରିବୁ ହମଲା । ସେପଟେ ଏକ୍ସପ୍ରେସ୍ ୱେ’ରେ ନାଇଟ ଲ୍ୟାଣ୍ଡିଂ କରିଛି ଭାରତୀୟ ବାୟୁ ସେନାର ଲଢ଼ୁଆ ଫାଇଟର। ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ଗଙ୍ଗା ଏକ୍ସପ୍ରେସ ୱେରେ ଭାରତୀୟ ବାୟୁ ସେନା କରିଛି ଟଚ୍ ଆଣ୍ଡ ଗୋ ଟ୍ରାଏଲ । ଡ୍ରିଲରେ ରାଫେଲ, ସୁଖୋଇ-୩୦, ମିରାଜ-୨୦୦, ମିଗ୍ ୨୯, C-130J ସୁପର ହରକୁଲସ, AN-32 ଏବଂ ଏମଆଇ-୧୭ ହେଲିକପ୍ଟର ସାମିଲ ହୋଇଥିଲା ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରି କହିଛନ୍ତି ଯେ, ପୀଡିତମାନଙ୍କୁ ଖୁବ୍ ଶୀଘ୍ର ଉପଯୁକ୍ତ ନ୍ୟାୟ ଦିଆଯିବ । ଏହି ସମୟରେ ପାକିସ୍ତାନ ଭୟରେ ଅନେକ ପ୍ରସ୍ତୁତି କରିଚାଲିଛି । ଏହା ସହିତ ଅନ୍ୟ ଦେଶ ନିକଟରେ ନିବେଦନ କରୁଛି । ଲୋକମାନଙ୍କୁ ଜରୁରୀ ଜିନିଷ ମାଗି ସଂଗ୍ରହ କରିବାରେ ମାତିଛି ।
Also Read : ପୁଣି ଅଧରାତିରେ LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ, ଜବାବ ଦେଲା ଭାରତୀୟ ସେନା