ମନିଷା ରୋପେଟା ହେଲେ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସପି
ପ୍ରଥମ ହିନ୍ଦୁ ମହିଳା ଭାବେ ପାକିସ୍ତାନର ଡିଏସପି ହେଲେ ମନିଷା ରୋପେଟା। ଡିଏସପି ନିଯୁକ୍ତ ହେବା ପରେ ମନିଷାଙ୍କ ଖୁସି କହିଲେ ନସରେ ।
ନୂଆଦିଲ୍ଲୀ: ଆଜିର ନାରୀ କୌଣସି ଗୁଣରେ କମ୍ ନୁହଁନ୍ତି । ଏ ଉକ୍ତିର ପ୍ରମାଣ ଦେବା ଆଉ ଏ ସମୟରେ ଆବଶ୍ଯକତା ହିଁ ନାହିଁ। କାହିଁକି ନା ଆଜି ନାରୀ ନିଜର ପାରଦର୍ଶିତା ସବୁ ସ୍ଥାନରେ ଦେଖାଇସାରିଛି। ପାଠ ଠାରୁ ନେଇ ସାଠ । ଘର ଠାରୁ ନେଇ ବାହାର ସବୁଠି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହାରି ଭିତରେ ପୁଣି ଏମିତି ଜଣେ ନାରୀଙ୍କ କାହାଣୀ ଆସି ପହଁଚିଛି ଯାହା ଏ ସମାଜ ମାନେ ଏକ ଗର୍ବ ଆଉ ଗୌରବର କଥା ।
ପ୍ରଥମ ହିନ୍ଦୁ ମହିଳା ଭାବେ ପାକିସ୍ତାନର ଡିଏସପି ହେଲେ ମନିଷା ରୋପେଟା । ଡିଏସପି ନିଯୁକ୍ତ ହେବା ପରେ ମନିଷାଙ୍କ ଖୁସି କହିଲେ ନସରେ । ଏହି ପଦବୀ ପାଇବା ପରେ ମନିଷା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁରୁଷ ପ୍ରଧାନ ମାନସିକତା ଥିବା ପାକିସ୍ତାନରେ ସେ ପିଲାଟି ବେଳୁ ପିତୃସତ୍ତା ଦେଖିଆସିଥିଲେ । ପାକିସ୍ତାନରେ ଝିଅମାନେପାଠ ପଢି ବଡ ହେଲେ ସେମାନଙ୍କୁ ପ୍ରାୟତଃ ଶିକ୍ଷୟିତ୍ରୀ କିମ୍ବା ଡାକ୍ତର ହେବାକୁ ପରାମର୍ଶ ଦିଆଯାଇଥାଏ । ମନୀଷା ରୋପେଟା ଯେତେବେଳେ MBBS ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇଥିଲେ ସେତେବେଳେ ଡାକ୍ତର ହେବାର ଦ୍ୱାର ବନ୍ଦ ହୋଇଯାଇଥିଲା । ଏହାପରେ ସେ ତାଙ୍କ ପରିବାକୁ କହିଥିଲେ ଯେ ସେ ଫିଜିକାଲ୍ ଥେରାପିରେ ଡିଗ୍ରୀ କରୁଛନ୍ତି । କିନ୍ତୁ ତା ସହିତ ସେ ସିନ୍ଧ ଲୋକ ସେବା ଆୟୋଗ ପରୀକ୍ଷା ପାଁ ପ୍ରସ୍ତୁତି କଲେ ଏବଂ ୪୬୮ ପରୀକ୍ଷାର୍ଥୀଙ୍କ ଭିତରୁ ୧୬ ତମ ସ୍ଥାନରେ ଆସି ଉତିନ୍ନ ହେଲେ ।
ତେବେ ସିନ୍ଧ ପ୍ରାନ୍ତର ଜୈକୋବାବାଦର ଏକ ମଧ୍ୟବିତ୍ତ ପରିବାରର ଝିଅ ହେଉଛନ୍ତି ମନିଷା । ତାଙ୍କ ବାପା ଜଣେ ବ୍ୟବସାୟୀ ଥିଲେ । ତେବେ ବାପାଙ୍କ ମୃତ୍ୟୁ ପରେ ପିଲାଛୁଆଙ୍କୁ ନେଇ କରାଚି ଚାଲିଯାଇଥିଲେ ତାଙ୍କ ମାଆ । ମନିଷାଙ୍କୁ ମିଶାଇ ଚାରି ଭାଇଭଉଣୀ । ସେମାନଙ୍କ ମଧ୍ଯରେ ତିନି ଭଉଣୀ ଏବଂ ଗୋଟିଏ ଭାଇ । ସଭିଏଁ ଚିକିତ୍ସା କ୍ଷେତ୍ରରେ ହିଁ ରହିଛନ୍ତି । ମନିଷା ଆହୁରି କହିଛନ୍ତି ଯେ ତାଙ୍କ ସମାଜରେ ମହିଳା ମାନେ ସବୁଠାରୁ ଅଧିକ ଉଦପୀଡ଼ିତ ହୋଇଥାନ୍ତି। ଯାହାଫଳରେ ସମାଜକୁ ରକ୍ଷା କରିବାକୁ ହେଲେ ଏହି ମହିଳାମାନଙ୍କୁ ହିଁ ଆଗକୁ ଆସିବାକୁ ହେବ । ଏପଟେ ମୁସଲିମ ରାଷ୍ଟ୍ର ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା କମ୍ ।
ତେଣୁ ପାକିସ୍ତାନର ବଡ଼ ବଡ଼ ପଦ ପଦବୀ ଯାଏଁ ହାତ ଗଣତି କେତେକ ହିନ୍ଦୁ ପହଞ୍ଚିପାରନ୍ତି। ତେବେ ଯାହାବି ହେଉ ବହୁ ପରିଶ୍ରମ ପରେ ଶେଷରେ ମନିଷାଙ୍କୁ ସଫଳତା ମିଳିଥିଲା । ସେ ପ୍ରଥମ ହିନ୍ଦୁ ମହିଳା ଭାବେ ପାକିସ୍ତାନର ଡିଏସପି ହେବା ଏତେ ସହଜ ନଥିଲା । ତଥାପି ତାଙ୍କୁ ତାଙ୍କ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀମାନେ ସମ୍ମାନର ସହ ବ୍ୟବହାର କରିଥିଲେ ଏବଂ ତାଙ୍କୁ ସମର୍ଥନ ବି କରିଥିଲେ । ତେବେ ମନିଷାଙ୍କ ଏହି ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।