ପାକିସ୍ତାନ ଯୁବତୀଙ୍କ ଅଦ୍ଭୁତ ଯୁକ୍ତି, ‘ଟ୍ରମ୍ପ ମୋ ବାପା… ଏଥିରେ କେହି ସନ୍ଦେହ ନ କରିବା ଉଚିତ’

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଡୋନାଲ୍ଡୋ ଟ୍ରମ୍ପ ଜିତିଛନ୍ତି । ହେଲେ ଟ୍ରମ୍ପ ଜିତିବା ପରେ ପାକିସ୍ତାନରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ଯୁବତୀ ଏକ ଭିଡିଓରେ କହିଛନ୍ତି, ସେ ଟ୍ରମ୍ପଙ୍କ ଝିଅ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଯୁବତୀ ଜଣକ କହିଛନ୍ତି, ଟ୍ରମ୍ପ ମୋ ବାପା, ଏଥିରେ କେହି ସନ୍ଦେହ ନ କରିବା ଉଚିତ ।

ଭିଡିଓରେ ଯୁବତୀ ଜଣକ ନିଜକୁ ମୁସଲିମ୍ କହିବା ସହିତ ଟମ୍ପଙ୍କ ନିଜ ସନ୍ତାନ ବୋଲି କହିଛନ୍ତି । ପାକିସ୍ତାନୀ ମିଡିଆ ସାମ୍ନାରେ ଏହା କହିଛନ୍ତି । ତେବେ ଏପର୍ଯ୍ୟନ୍ତ ଭିଡିଓର ସତ୍ୟତା ଜଣାପଡିନାହିଁ । ଯୁବତୀଙ୍କ ମାନସିକ ସ୍ଥିତି ବିଷୟରେ କୌଣସି ସୂଚନା ମିଳିନାହିଁ ।

ଯୁବତୀ ଜଣକ ଆହୁରି କହିଛନ୍ତି, ଟ୍ରମ୍ପ ସବୁବେଳେ ମୋ ମା’କୁ କୁହନ୍ତି, ସେ ମୋର ଧ୍ୟାନ ରଖିପାରନ୍ତି ନାହିଁ । ଭିଡିଓଟି @pakistan_untold ଆକାଉଣ୍ଟରେ ସେୟାର ହୋଇଛି । ଯାହାକୁ ଏପର୍ଯ୍ୟନ୍ତ ୭୫ ହଜାରରୁ ଅଧିକ ଭିୟୁ ହୋଇସାରିଛି ।

ସୂଚନାଯୋଗ୍ୟ , ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କୁ ହରାଇ ଦ୍ବିତୀୟ ଥର ରାଷ୍ଟ୍ରପତି ହୋଇଛନ୍ତି । ଟ୍ରମ୍ପ ଏହା ପୂର୍ବରୁ ୨୦୧୬ରେ ନିର୍ବାଚନ ଲଢି ଜିତିଥିଲେ । ୨୦୨୦ ନିର୍ବାଚନରେ ବାଇଡେନଙ୍କ ଠାରୁ ହାରିଥିଲେ ଟ୍ରମ୍ପ । କିନ୍ତୁ ଏଥର ନିର୍ବାଚନରେ ଜିତିଛନ୍ତି ।

You might also like