ସର୍ଜିକାଲ ଷ୍ଟ୍ରାଇକକୁ ଭୟ କରୁଛି ପାକିସ୍ତାନ, ସୀମାରେ ଥିବା ଆତଙ୍କୀଙ୍କୁ ସେନା ଶିବିରକୁ ସ୍ଥାନାନ୍ତର

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ନେବ ପ୍ରତିଶୋଧ। ଭାରତ ପଡୋସି ଦେଶକୁ ମଧ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରୁଛନ୍ତି। ଏମିତିରେ ପାକିସ୍ତାନକୁ ଭୟ ରହୁଛି ଯେ ଭାରତ ପୁର୍ନବାର ତା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବ ନାହିଁ ତ। ଏଥିପାଇଁ ପାକିସ୍ତାନରେ ଆଶ୍ରୟ ନେଉଥିବା ଆତଙ୍କବାଦୀଙ୍କୁ ମିଳିଛି ସେନାର ସୁରକ୍ଷା ।
ମିଳିଥିବା ସୂଚନା ଅନୁସାରେ ଭାରତ-ପାକ୍ ସୀମା ଏଲଓସି ବା ଲାଇନ୍ ଅଫ କଂଟ୍ରୋଲରେ ଥିବା ଆତଙ୍କୀଙ୍କୁ ସେନା ଶିବିରକୁ ସ୍ଥାନାନ୍ତର କରିଛି ପାକିସ୍ତାନ । ଉରି ଆତଙ୍କୀ ହମଲା ପରେ ପାକିସ୍ତାନ ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ଟେରର ଲଂଚ ପ୍ୟାଡ ଗୁଡିକୁ ଟାର୍ଗେଟ କରାଯାଇଥିଲା ।
ଆହୁରି ପଢ଼ନ୍ତୁ : ଜାଣନ୍ତୁ ପୁଲୱାମା ଆତଙ୍କୀ ଆକ୍ରମଣକାରୀକୁ କେମିତି ଓ କିଏ ଦେଇଥିଲା ଟ୍ରେନିଙ୍ଗ୍
ଏବେ ପୁଲିୱାମା ଆକ୍ରମଣ ପରେ ଭାରତୀୟ ସେନାର ହାତ ଖୋଲି ଦେଇଛନ୍ତି ଭାରତ ସରକାର । ତେଣୁ ସମାନ ଧରଣର ସର୍ଜିକାଲ ଷ୍ଟ୍ରାଇକ ଆଶଙ୍କା କରୁଛି ପାକିସ୍ତାନ । ଆଉ ସୀମାରେ ଥିବା ଆତଙ୍କୀ ଲଂଚ ପ୍ୟାଡରୁ ଆତଙ୍କବାଦୀମାନଙ୍କୁ ନିକଟରେ ଥିବା ସେନା ଶିବିରକୁ ସ୍ଥାନାନ୍ତର କରିଛି । ଗୁଇନ୍ଦା ବିଭାଗ ପାଖରେ ଏନେଇ ସୂଚନା ରହିଛି । ଆତଙ୍କୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପାକିସ୍ତାନ ସେନା ପ୍ରତ୍ୟାହାର ମଧ୍ୟ କରିନାହିଁ ।