ଇମ୍ରାନ୍ ଖାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ : ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା କଲେ ବିକ୍ଷୋଭକାରୀ

ଇମ୍ରାନ ଖାନ୍‌ ଗିରଫ ପରେ ଜଳୁଛି ପାକିସ୍ତାନ। ସାରା ଦେଶରେ ଲାଗିଛି ୧୪୪ ଧାରା । ସ୍କୁଲ ବନ୍ଦ, ଇଣ୍ଟରନେଟ ସେବା ପ୍ରଭାଭିତ । ଆଜିଠୁ ପାକିସ୍ତାନର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସେହିପରି ଟ୍ଵିଟର, ଇନଷ୍ଟାଗ୍ରାମ, ଫେସବୁକ୍‌ ଓ ୟୁଟ୍ୟୁବ ବ୍ୟବହାର ଉପରେ ଲାଗିଛି କଟକଣା ।

ନୂଆଦିଲ୍ଲୀ (କେନ୍ୟୁଜ): ଇମ୍ରାନ ଖାନ୍‌ ଗିରଫ ପରେ ଜଳୁଛି ପାକିସ୍ତାନ। ସାରା ଦେଶରେ ଲାଗିଛି ୧୪୪ ଧାରା । ସ୍କୁଲ ବନ୍ଦ, ଇଣ୍ଟରନେଟ ସେବା ପ୍ରଭାଭିତ । ଆଜିଠୁ ପାକିସ୍ତାନର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସେହିପରି ଟ୍ଵିଟର, ଇନଷ୍ଟାଗ୍ରାମ, ଫେସବୁକ୍‌ ଓ ୟୁଟ୍ୟୁବ ବ୍ୟବହାର ଉପରେ ଲାଗିଛି କଟକଣା । ଇମ୍ରାନଙ୍କ ଗିରଫ ପରେ ତାଙ୍‌ଙ୍କ ସମର୍ଥକ ଓ ପିଟିଆଇ କର୍ମୀ ଉଗ୍ର ହୋଇଛନ୍ତି । ପାକିସ୍ତାନର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା କରିଛନ୍ତି । ରାଓ୍ଵଲପିଣ୍ଡି ଆର୍ମୀ ହେଡକ୍ୱାଟର୍ସରେ ଧସେଇ ପଶିଛନ୍ତି ବିକ୍ଷୋଭକାରୀ । ପେଶଓ୍ଵାରରେ ଏକ ରେଡିଓ ଷ୍ଟେସନରେ ନିଆଁ ଲଗାଇଦେଇଛନ୍ତି ।

ଲାହୋର ସ୍ଥିତ ଆର୍ମୀ କମାଣ୍ଡରଙ୍କ ଘରେ ପଶି ହଙ୍ଗାମା କରିଛନ୍ତି PTI ସମର୍ଥକ । କରାଚୀ ଓ ରାୱଲପିଣ୍ଡିରେ ପୋଲିସ ସହ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଇସଲାମାବାଦ ସହ ରାୱଲପିଣ୍ଡି, ଲାହୋର, କରାଚୀ, ଗୁର୍ଜନୱାଲା, ଫୈସଲାବାଦ, ମୁଲ୍‌ତାନ, ପେଶାୱର ଆଦି ସ୍ଥାନରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଇସଲାମାବାଦରେ ୫ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି । ୬ ପିଟିଆଇ ସମର୍ଥକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି ।