ଭାରତର ମିସାଲଇ ପାୱାର ଦେଖି ଛାନିଆ ପାକିସ୍ତାନ

ପହଲଗାମ ବଦଲା ପାଇଁ ଆକ୍ସନ ମୋଡରେ ଭାରତ ।  ଆକ୍ରମଣ ହେଲେ କଣ କରିବ ପାକିସ୍ତାନ ?  ଭାରତର ସାମରିକ ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ ଦେଖାଉଛି ମିସାଲଇ ପାୱାର ।  ଦୁଇ ଦିନରେ ଦୁଇଟି ମିସାଲ ଟେଷ୍ଟ କଲାଣି ଇସଲାମାବାଦ। ଆଜି ସର୍ଫେସ୍ ଟୁ ସର୍ଫେସ୍ ଫତାହ ମିସାଇଲ ଟେଷ୍ଟ କରିଛି ।

ପରୀକ୍ଷଣ ସଫଳ ହୋଇଥିବା ଦାବି କରିଛି। ଏହାର ରେଞ୍ଜ ରହିଛି ମାତ୍ର ୧୨୦ କିଲୋମିଟର ।  ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରିବ ଏହି କ୍ଷେପଣାସ୍ତ୍ର ।  ଗତ ୩ ତାରିଖରେ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅବଦାଲି’ ପରୀକ୍ଷା କରିଥିଲା ପାକିସ୍ତାନ। ଏହାର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର ।  ସମ୍ଭାବ୍ୟ ଯୁଦ୍ଧ ଉତ୍ତେଜନା ଭିତରେ ମିଲିଟାରୀ ଡ୍ରିଲ୍ ‘ଏକ୍ସରସାଇଜ ଇଣ୍ଡସ’ ଚଳାଇଛି ପାକିସ୍ତାନ ।

ଭାରତୀୟ ସେନାକୁ ସାମରିକ ଅପରେସନ୍ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୂର୍ଣ୍ଣ ସ୍ବାଧୀନତା ଦେବା ପରଠାରୁ ହାଇ ଆଲର୍ଟରେ ପାକିସ୍ତାନ ।  ଯେ କୌଣସି ମୁହୂର୍ତ୍ତରେ ପହଲଗାମ ବଦଲା ନେଇପାରେ ଭାରତ ।  ପାକିସ୍ତାନ ବିରୋଧରେ ହୋଇପାରେ ବଡ଼ ସାମରିକ ଆକ୍ସନ ।   ତିନି ସେନା ସହ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ଘନଘନ ବୈଠକ ।   ତିନି ସେନାର ମୁଖ୍ୟଙ୍କ ସହ ମାରାଥନ ବୈଠକ ପରେ ପ୍ରତିରକ୍ଷା ସଚିବଙ୍କ ସହ ମୋଦିଙ୍କ ଆଲୋଚନା ।  ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ।

Also read: ଜମ୍ମୁ କଶ୍ମୀର ଜେଲ୍ ଉପରେ ହୋଇପାରେ ଆକ୍ରମଣ, ବଢିଲା ସୁରକ୍ଷା ବ୍ୟବସ୍ଥା