ରାଜସ୍ଥାନରୁ ପାକିସ୍ତାନର ଗୁଇନ୍ଦା ଗିରଫ, ଭାରତର ସେନା ସହିତ ଜଡିତ ତଥ୍ୟ ଆଇଏସଆଇକୁ ପଠାଉଥିଲା

ରାଜସ୍ଥାନ ଇଣ୍ଟେଲିଜେନ୍ସୀକୁ ବଡ଼ ସଫଳତା ମିଳିଛି । ଜୈସଲମରରେ ଜିରୋ ଆରଡି ମୋହନଗଢ ଅଞ୍ଚଳରେ ପାକିସ୍ତାନ ପାଇଁ ଗୁଇନ୍ଦା କାମ କରୁଥିବା ପଠାନ ଖାନଙ୍କୁ ଗିରଫ କରାଯାଇଛି । ପଠାନ ଖାନ ଉପରେ ଭାରତର ସାମରିକ ଦ୍‌ଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସୂଚନା ଏବଂ ଆର୍ମି ସହିତ ଜଡିତ ଫଟୋ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇକୁ ପଠାଉଥିବା ଅଭିଯୋଗ ରହିଛି ।

ପଠାନ ଖାନ ଦୀର୍ଘ ଦିନରୁ ପାକ୍ ଏଜେନ୍ସୀ ପାଇଁ କାମ କରୁଥିଲେ । ମାସେ ପୂର୍ବରୁ ତାଙ୍କୁ ସନ୍ଦେହ ଆଧାରରେ ଡିଟେନ କରାଯାଇଥିଲା । ଏହି ସମୟରେ ପଚରାଉଚରାରେ ତାଙ୍କ ଗତିବିଧି ଉପରେ ସନ୍ଦେହ କରାଯାଇଥିଲା । ଏହାପରେ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ସେଣ୍ଟର ଜୟପୁର ନେଇ ପଚରାଉଚରା କରାଯାଇଥିଲା । ଏଥିରେ ଅଭିଯୁକ୍ତ ଜଣକ ଆଇଏସଆଇ ହ୍ୟାଣ୍ଡେଲର ନିର୍ଦ୍ଦେଶରେ ଭାରତର ଗୋପନୀୟ ସୂଚନା ଦେଉଥିଲା ।

୨୦୧୯ ରେ ପଠାନ ଖାନ ପାକିସ୍ତାନ ଯାଇଥିଲା ସେଠାରେ ଅନେକ ସଂପର୍କୀୟ ରୁହନ୍ତି । ଯାଞ୍ଚ ଏଜେନ୍ସୀ ଏହାକୁ ନେଇ ସନ୍ଦେହ କରୁଥିଲା । ଏବେ ଅଫିସିଆଲ ସିକ୍ରେଟ ଆକ୍ଟ ଅଧିନରେ ଜୟପୁରରେ ମାମଲା ଦାୟର କରାଯାଇ ତାଙ୍କୁ ଗିରଫ କରାଯାଇଛି । ପଠାନ ଖାନ ସେନାର କିଛି ସମ୍ବେଦନଶୀଳ ଅଞ୍ଚଳର ଫଟୋ ଏବଂ ଭିଡିଓ ପାକିସ୍ତାନକୁ ପଠାଉଥିଲା ।

ସୂଚନାଯୋଗ୍ୟ, ୨୨ ଏପ୍ରିଲରେ, ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଜମ୍ମୁ-କଶ୍ମୀରରୁ ବହୁ ସଂଖ୍ୟକ ପର୍ଯ୍ୟଟକ ବୁକିଂ କ୍ୟାନସଲ କରି ଫେରି ଯାଇଥିଲେ । ତେବେ ଘଟଣାକୁ କିଛିଦିନ ବିତିବା ପରେ ପର୍ଯ୍ୟଟକମାନେ ଧୀରେ ଧୀରେ ପହଲଗାମ ସମେତ ଅନ୍ୟାନ୍ୟ ସ୍ଥାନକୁ ଫେରୁଥିଲେ । ପହଲଗାମରେ ମଧ୍ୟ ପୂର୍ବଭଳି ପର୍ଯ୍ୟଟକଙ୍କ ଗହଳିଚହଳି ନାହିଁ । ଏପରିସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ସ୍ଥଳ ଓ ରିସୋର୍ଟ ବନ୍ଦ ନେଇ ଜମ୍ମୁ କଶ୍ମୀର ସରକାରଙ୍କ ନିଷ୍ପତ୍ତି ଦ୍ବାରା ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି ।

Also Read : କଶ୍ମୀରରେ ସୁରକ୍ଷାବଳର ଅପରେସନ ଜାରି, ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ