ଭାରତ ବିରୋଧରେ ହିଜବୁଲ ମୁଜାହିଦ୍ଦିନର ଚକ୍ରାନ୍ତ, ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ପଠାଇ ବରବାଦ କରିବାକୁ ଚାହୁଁଛି

ଭାରତ ବିରୋଧରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଚଳାଇଛି ବଡ଼ ଚକ୍ରାନ୍ତ । ଭାରତକୁ ବରବାଦ କରିବାକୁ ଚାହୁଁଛି । ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଇବାକୁ ପ୍ରସ୍ତୁତ ହେଉଛି ।

ନୂଆଦିଲ୍ଳୀ : ଭାରତ ବିରୋଧରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଚଳାଇଛି ବଡ଼ ଚକ୍ରାନ୍ତ । ଭାରତକୁ ବରବାଦ କରିବାକୁ ଚାହୁଁଛି । ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଇବାକୁ ପ୍ରସ୍ତୁତ ହେଉଛି ।

ଏହି ଖବର ଗୁଇନ୍ଦା ବିଭାଗ ଜାଣିବା ପରେ ପାକିସ୍ତାନର ଗତିବିଧି ଓ ସମସ୍ତ ପ୍ରବେଶ ପଥ ଉପରେ ଦୃଷ୍ଟି ରଖିଛି ଭାରତୀୟ ଯବାନ । ହିଜବୁଲ ମୁଜାହିଦ୍ଦିନ ୧୯୯୨-୯୩ ରୁ ପାକିସ୍ତାନରେ ରହି ଭାରତ ବିରୋଧରେ ଚକ୍ରାନ୍ତ ଚଳାଇ ଆସୁଛି ।

ଏହି ଖବର ମିଳିବା ପରେ ସୁରକ୍ଷାବଳ ଅଧିକ ସତର୍କ ହୋଇଛି । ଜମ୍ମୁ-କଶ୍ମୀର ରାଜୋରି ଜିଲ୍ଳାରେ ଗୁରୁବାର ପୁଲିସ ଦୁଇଜଣ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ଅନ୍ତର୍ଜାତୀୟ ଡ୍ରଗ୍ସ କାରବାରର ପର୍ଦ୍ଦା ଫାସ କରିଛି । ଏହି ଅପରାଧୀଙ୍କ ଠାରୁ ୨୨ କିଲୋଗ୍ରାମ ହେରୋଇନ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.