ମିଛ କହୁଛି ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ଆଉ ଏକ ମିଛ । ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ । ପାକ୍ ବୈଦେଶିକ ମନ୍ତ୍ରୀ ଏମ୍ଏସ୍ କୁରେସି ଆଜି କହିଛନ୍ତି ଯେ ଦୁଇ ଦେଶ ମଧରେ ଆଲୋଚନା ଆରମ୍ଭ କରିବା ପାଇଁ ମୋଦି ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଚିଠି ଲେଖିଛନ୍ତି । ତେବେ ଇମ୍ରାନ୍ ନିର୍ବାଚନରେ ବିଜୟୀ ହେବା  ପରେ ମୋଦି କେବଳ ଏକ ଶୁଭେଚ୍ଛାପତ୍ର ତାଙ୍କ ନିକଟକୁ ପଠାଇଥିଲେ । ଆଲୋଚନା କଥା ସେ ଏଥିରେ ଉଠାଇ ନାହାନ୍ତି । ଖାଲି ଏତିକି ଉଲ୍ଲେଖ କରିଛନ୍ତି ଯେ ପାକିସ୍ତାନ ସହ ଶାନ୍ତିପୂର୍ଣ୍ଣ ସମ୍ବନ୍ଧ ରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏହା ସହିତ ଦକ୍ଷିଣ ଏସିଆକୁ ଆତଙ୍କବାଦ ମୁକ୍ତ କରିବା ଲାଗି ମିଳିତ ଭାବେ କା କରି ଉପରେ ସେ ଗୁରୁତ୍ବ ଦେଇଛନ୍ତି । ଗତ ୧୮ ତାରିଖ ଦିନ ଇମ୍ରାନ୍ ଖାନ୍ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।