ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିନ ଅବସରରେ କଏନ ଲଞ୍ଚ କଲା ପାକିସ୍ତାନ

ପାକିସ୍ତାନ ସରକାର ଗୁରୁ ନାନକଙ୍କ ୫୫୦ ତମ ଜନ୍ମ ଦିବସ ଅବସରରେ ଏକ ସ୍ମାରକୀ କଏନ ଜାରି କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଏହି ସିକ୍କାକୁ ଲୋକ ଲୋଚନଙ୍କୁ ଆଣିଛନ୍ତି । ଏହା ସହ ଇମ୍ରାନ ଏହା ମଧ୍ୟ କହିଛନ୍ତି କି ଗୁରୁ ନାନକଙ୍କ ୫୫୦ତମ ପବିତ୍ର ଜନ୍ମ ଦିବସରେ ଏହା ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ । ଖାଲି ସେତିକି ନୁହେଁ ପାକିସ୍ତାନ ସରକାର ଏହି ଅବସରରେ ଏକ ଡାକ ଟିକେଟ ବି ଜାରି କରିଛନ୍ତି । ଏହି ସିକ୍କା ବା କଏନର ମୂଲ୍ୟ ପାକିସ୍ତାନ ମୁଦ୍ରା ଅନୁସାରେ ପ୍ରାୟ ୫୦ ଟଙ୍କା ହେବ ।

ଯେବେକି ଡାକ ଟିକେଟର ମୂଲ୍ୟ ପ୍ରାୟ ୮ ଟଙ୍କା ରଖାଯିବ ବୋଲି ସ୍ଥିର କରାଯାଇଛି । ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୯ ତାରିଖରେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ କରତାର ପୁର କରିଡରର ଉଦଘାଟନ କରିବେ । ଭାରତ ଓ ପାକିସ୍ତାନ ଗତ ବର୍ଷ ନଭେମ୍ବର ମାସରେ ଐତିହାସିକ ଗୁରୁଦ୍ୱାର ଦରବାର ସାହିବକୁ ଭାରତ ସହ ଯୋଡିବା ପାଇଁ କରତାର ପୁର ଗୁଆଳିଆର ତିଆରି ପାଇଁ ସହମତି ଜଣାଇ ଥିଲେ । ଏହା ପରେ ପାକିସ୍ତାନର କରତାରପୁରକୁ ପଞ୍ଜାବ ସ୍ଥିତ ଗୁରୁଦାସପୁର ଠାରେ ଥିବା ଡେରା ବାବା ଆଶ୍ରମ ସହ ଯୋଡ଼ା ଯିବ ବୋଲି ସ୍ଥିର କରାଯାଇଛି ।

ଏହା ସହ ପଢନ୍ତୁ: ଲାକ୍ଷାଦ୍ଵୀପରେ ପାକିସ୍ତାନ ନୌସେନାକୁ ଧୂଳି ଚଟେଇ ଥିଲେ ଭାରତର ଏହି ଲୌହ ମାନବ

ଗୁରୁଦ୍ୱାର ଦରବାର ସାହିବ ଗୁରୁ ନାନକଙ୍କର ଅନ୍ତିମ ବିଶ୍ରାମ ସ୍ଥଳୀ ଥିଲା । ଯେଉଁଠାରେ ଗୁରୁ ନାନକ ନିଜ ଜୀବନର ଶେଷ ୧୮ ବର୍ଷ ବିତେଇ ଥିଲେ । କରତାରପୁର ସାହିବ ରବି ନଦୀ କୂଳରେ ପାକିସ୍ତାନର ନରବଲ ଜିଲ୍ଲା ଠାରେ ହିଁ ଅବସ୍ଥିତ । ଡେରା ବାବା ନାନକଙ୍କ ଆଶ୍ରମ ଠାରୁ ଏହାର ଦୂରତା ପ୍ରାୟ ୪ କିଲୋମିଟର ହେବ । ଏହା ମିଶିବା ଦ୍ୱାରା ପ୍ରତିଦିନ ପ୍ରାୟ ଭାରତୀୟ ୫,୦୦୦ ତୀର୍ଥଯାତ୍ରୀ ଗୁରୁଦ୍ୱାର ଦରବାର ସାହିବ ଯାଇପାରିବେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.