ପାକିସ୍ତାନରେ ହିଁ ହୋଇଥାଏ ଏମିତି, ଗାଇକୁ ବାଇକ ଉପରେ ବସାଇ ଚର୍ଚ୍ଚିତ ହେଲେ ଯୁବକ

ପାକିସ୍ତାନ ଏମିତି ଏକ ଦେଶ ଯାହାର ଅନେକ ଘଟଣା ଚାହୁଁ ଚାହୁଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟି ଯାଏ । କିଛି ଲୋକ ପାକିସ୍ତାନର ହରକତକୁ କୌତୁକିଆ ଢଙ୍ଗରେ ନିଅନ୍ତି ତ ଅନେକ ଭିନ୍ନ ଅର୍ଥରେ ନିଅନ୍ତି । ଆଜିର ଦିନରେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି ଯାହା ପାକିସ୍ତାନରେ ଘଟିଥିବ । ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ କିଛି ଲୋକ କୌତୁକିଆ ଢଙ୍ଗରେ ନେଇଛନ୍ତି ।

ଘଟଣାଟି ହେଉଛି  ପାକିସ୍ତାନର ଜଣେ ବ୍ୟକ୍ତି ନିଜ ବାଇକରେ ଏକ ଗାଇକୁ ବସାଇ ବହୁତ ସ୍ପିଡରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଥିବାର ଦେଖା ଯାଇଛି । ବ୍ୟକ୍ତି ଜଣକ ବାଇକରେ ଗାଇକୁ ସବାର କରି ଯିବା ବେଳେ ସାଇଡରେ ଯାଉଥିବା ଅନେକ ଲୋକ ଏହି ଦୃଶ୍ୟକୁ ନିଜ ମୋବାଇଲରେ ସୁଟ୍‌ କରୁଥିଲେ । ଏହି ଭିଡିଓଟିକୁ ଦେଖି ଅନେକ ଲୋକ ଏହାକୁ ବେଆଇନ କହିବା ସହ  ଏହା ଡ୍ରାଇଭିଙ୍ଗ ଆଇନ ଓ ପଶୁ ସୁରକ୍ଷା ଆଇନକୁ ଉଲଂଘନ କରୁଥିବାର କହିଛନ୍ତି ।  ଆଉ ଅନେକ ଲୋକ ଏହାର ମଜା ଉଡାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.