ପାକିସ୍ତାନ ମନ୍ତ୍ରୀ କହୁ କହୁ କହିଦେଲେ ଏମିତି କଥା, ଏବେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଉଛନ୍ତି

ନୂଆଦିଲ୍ଲୀ : ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହେଉଛନ୍ତି ଫଓ୍ଵଦ ଚୌଧୁରୀ । ଯାହାଙ୍କ ନିର୍ଦ୍ଦେଶରେ ପାକିସ୍ତାନରେ ଭାରତୀୟ ଚଳଚ୍ଚିତ୍ର ସବୁ ବ୍ୟାନ୍‌ ହୋଇଛି । ପୁଲଓ୍ଵାମା ବସ୍ଫୋରଣ ପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ବନ୍ଧ ଅତି ଖରାପ ହୋଇଛି । ଏହି ପରିପ୍ରେକ୍ଷୀରେ ଦୈନିକ କିଛି ନା କିଛି ଘଟଣା ଏବଂ କଥା କଟାକଟି ହେଉଛି ।
ତେବେ ଉଭୟ ଦେଶରେ ଏବେ ବେଶି ଚର୍ଚ୍ଚା ରହିଛି ଆଗାମୀ କ୍ରିକେଟ୍‌ ବିଶ୍ୱକପ୍‌କୁ ନେଇ । ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ହେବ ନା ନାହିଁ ? ଏଇ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାରଣ ଭାରତ ପକ୍ଷରୁ ଅଧିକାଂଶଙ୍କ ମତ ପାକିସ୍ତାନ ସହ ଆମ ଦଳ ନଖେଳୁ । ହାତରୁ ପଛେ ପଏଣ୍ଟ ଯାଉ କିମ୍ବା ବିସିସିଆଇକୁ ଅର୍ଥ ଦଣ୍ଡର ସାମନା କରିବାକୁ ପଡୁ ତଥାପି ପାକିସ୍ତାନ ସହ ଦଳ ନଖେଳୁ । ଅପ୍ୟପକ୍ଷରେ ଆଉ କିଛି ମତ ଦେଇଛନ୍ତି ପାକିସ୍ତାନ ସହ ଖେଳି ତାକୁ କ୍ରୀଡ଼ା ମଇଦାନରେ ହରାଇବା ଦରକାର । ଏମିତି ବାଦ ବିବାଦ ଭିତରେ ପାକ୍‌ ମନ୍ତ୍ରୀ ଫଓ୍ଵଦଙ୍କ ଏକ ମନ୍ତବ୍ୟ ଏବେ କେବଳ ପାକିସ୍ତାନ ନୁହେଁ ଭାରତ ସମେତ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । ସେ ଏକ ଜାଗାରେ ଭାଷଣ ଦେଥିବା ବେଳେ କହୁ କହୁ କହି ଦେଇଛନ୍ତି ‘କ୍ରିକେଟ୍‌କୁ କ୍ରୀଡ଼ା ଠାରୁ ଦୂରରେ ରଖ’ । ବା ସେତିକି ମନ୍ତବ୍ୟ ଏବେ ଜୋରସୋରରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୁବ୍‌ ଟ୍ରୋଲ୍‌ ହେବାକୁ ପଡୁଛି ଫଓ୍ଵଦ୍‌ଙ୍କୁ ।

ଦେଖନ୍ତୁ ଭିଡିଓ…


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.