କଇଁଚିରେ ନ ହେବାରୁ ଦାନ୍ତରେ ହିଁ ଫିତା କାଟି ଉଦ୍‌ଘାଟନ କଲେ ପାକ୍‌ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

କଇଁଚିରେ ନୁହେଁ, ବରଂ ଦାନ୍ତରେ ହିଁ ଫିତା କାଟିଲେ ମନ୍ତ୍ରୀ। ଏଭଳି ମଜାଦାର ଭିଡିଓ ଭାଇରାଲ ହେଉଛି ପାକିସ୍ତାନରୁ। ଏଠାରେ ଜଣେ ମନ୍ତ୍ରୀ ଏକ ଅନୁଷ୍ଠାନର ଉଦ୍‌ଘାଟନ ଅବସରରେ ଫିତା କାଟିବାକୁ ଯାଇଥିଲେ। କିନ୍ତୁ ଫିତା କାଟିବା ବେଳେ ତାଙ୍କ କଇଁଚି କାମ ଦେଇନଥିଲା। ଫଳରେ ମନ୍ତ୍ରୀ ଆଉ କିଛି ନ ଭାବି ସିଧାସଳଖ ଫିତାକୁ ପାଟିରେ ପୂରାଇ ଦାନ୍ତରେ ଛିଡ଼ାଇ ଦେଇଥିଲେ। ମନ୍ତ୍ରୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

ମନ୍ତ୍ରୀ ଦାନ୍ତରେ ଫିତା କାଟୁଥିବା ବେଳର ଏହି ମଜାଳିଆ ଭିଡିଓକୁ ଟ୍ଵିଟରରେ ‘ଦ ପାକିସ୍ତାନ ଡେଲି’ ପକ୍ଷରୁ ସେୟାର କରାଯାଇଛି। ଭିଡିଓରେ ଦେଖାଯାଇଛି ଯେ ପାକିସ୍ତାନର ପଞ୍ଜାବର ମନ୍ତ୍ରୀ ଫୟାଜ ଉଲ ହସନ୍‌ ଚୌହାନ୍‌ ଏକ ଅନୁଷ୍ଠାନର ଉଦ୍‌ଘାଟନ ପାଇଁ ଆସିଛନ୍ତି। ସେ ଫିତା କାଟିବାକୁ ଯିବା ବେଳେ ପାଖରେ ଥାଳି ଧରି ଠିଆ ହୋଇଥିବା ବ୍ୟକ୍ତି ତାଙ୍କୁ କଇଁଚି ବଢ଼ାଇ ଦେଉଛନ୍ତି। ସେ ପ୍ରଥମେ କଇଁଚି ନେଇ ନାଲି ଫିତା କାଟିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କଇଁଚିରେ ଫିତା କଟୁନାହିଁ। ଏଣୁ ମନ୍ତ୍ରୀ ଚୌହାନ୍‌ ଫିତାକୁ ଦାନ୍ତରେ ଛିଡ଼ାଇବାକୁ ଚେଷ୍ଟା କରୁଛନ୍ତି।

ପରେ ସେ ପୁଣିଥରେ କଇଁଚି ନେଇ ଫିତା କାଟିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଥରକ ବି ସେ ବିଫଳ ହେଉଛନ୍ତି। ଫଳରେ ଅନ୍ୟ ଉପାୟ ନ ପାଇ ଦାନ୍ତରେ ହିଁ ଫିତାଟିକୁ କାଟିଛନ୍ତି। ମନ୍ତ୍ରୀ ଦାନ୍ତରେ ଫିତା କାଟିବା ପରେ ସେଠାରେ ଉପସ୍ଥିତ ସମର୍ଥକ ତାଳି ମାରୁଥିବା ଦେଖାଯାଇଛି।

ଏହି ଭିଡିଓର କ୍ୟାପସନ୍‌ରେ ଲେଖାଯାଇଛି, ପଞ୍ଜାବ ମନ୍ତ୍ରୀ ଫୟାଜ ଉଲ ହସନ୍‌ ଚୌହାନ୍‌ଙ୍କର ଦେଶୀ ଷ୍ଟାଇଲରେ ରିବନ୍‌ କଟା ଉତ୍ସବ। ଏହି ଭିଡିଓକୁ ଏବେ ଯାଏଁ ଅନେକ ଲୋକ ଦେଖିସାରିଥିବା ବେଳେ ଖୁବ୍‌ ମଜାଦାର କମେଣ୍ଟ ବି ଦେଉଛନ୍ତି।