ଭାରତ ଆକ୍ରମଣର ସୂଚନା ପାଇ ହଜିଲା ପାକିସ୍ତାନର ନିଦ, ରାତି ୧:୩୦ ରେ କଲେ ପ୍ରେସ ମିଟ୍

ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କୀ ଆକ୍ରମଣ ସମସ୍ତଙ୍କୁ ଥରାଇ ଦେଇଛି । ଯାହାକୁ ନେଇ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଭାରତ ପାକିସ୍ତାନକୁ ଉଚିତ୍ ଜବାବ ଦେବା ପାଇଁ ପୁରା ଦମରେ ଲାଗିଛି । ଯାହାଦ୍ବାରା ପାକିସ୍ତାନରେ ଭୟର ଆତଙ୍କ ଖେଳିଯାଇଛି । ସୂଚନା ମୁତାବକ ଏହି କାରଣରୁ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ବିଳମ୍ବିତ ରାତିରେ ପ୍ରେସମିଟର ଆୟୋଜନ କରିଥିଲେ । କୌଣସି ଗୋଇନ୍ଦା ସୁତ୍ରରୁ ପ୍ରକାଶ ପାଇଛି ଯେ ଭାରତ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ମଧ୍ୟ ପ୍ରେସମିଟରେ କହିଛନ୍ତି । ଆହୁରି ମଧ୍ୟ ସୋସିଆଲ ମିଡିଆ Xପେଜରେ ପୋଷ୍ଟ କରି ଏପରି କିଛି ଲେଖିଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ।
ସୂଚନାନୁଯାୟୀ, ସୂଚନା ମନ୍ତ୍ରୀ ତରାର ଚେତାବନୀ ଦେଇ କହିଛିନ୍ତି ଯେ, ପ୍ରତ୍ୟେକ ଆକ୍ରମଣର ଜବାବ ଦିଆଯିବ । ପାକିସ୍ତାନ ନିଜେ ମଧ୍ୟ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି ବୋଲି କହିଛନ୍ତି । ଦୁନିଆରେ ଏହି ଆକ୍ରମଣକୁ ନେଇ ନିନ୍ଦା କରାଯାଉଛି । ତେଣୁ ପାକିସ୍ତାନ ଏହାର ସତ୍ୟ ସତ୍ୟତା ଜାଣିବା ପାଇଁ ବିଶେଷଜ୍ଞ ଆୟୋଗ ଦ୍ୱାରା ତଦନ୍ତ କରାଯିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସ୍ଥିତିର ଗମ୍ଭୀରତାକୁ ବୁଝିବା ପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କୁ ଅନୁରୋଧ କରିଛନ୍ତି । ଏପଟେ ପାକିସ୍ତାନର ରକ୍ଷାମନ୍ତ୍ରୀ ଖ୍ୟାଜା ଆସିଫ କହିଛନ୍ତି ଯେ, ପାକିସ୍ତାନ ହାଇ ଆଲର୍ଟରେ ରହିଛି ଏବଂ ବିପଦ ଆସିଲେ ଅସ୍ତ୍ରର ଉପଯୋଗ କରାଯିବ ।
ଅନ୍ୟପଟେ ମୋଦି କହିଛନ୍ତି ଯେ ଏପ୍ରିଲ ୨୨ରେ ହୋଇଥିବା ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କୁ ଚିହ୍ନଟ କରି ଉଚିତ୍ ଜବାବ ଦିଆଯିବ । ଆକ୍ରମଣ ପରଠାରୁ ଭାରତ ପାକିସ୍ତାନ ବିରୋଧରେ କଡ୍ଡା ଜବାବ ଦେବାକୁ ଯାଇ ସିନ୍ଧୁ ଜଳ ଅଟାରୀ-ୱାଘା ସୀମାକୁ ବନ୍ଦ କରିଦିଆଯାଇଛି ।
Also Read : ପାକିସ୍ତାନକୁ ଭାରତର କଡ଼ା ଜବାବ, ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି