ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣ ଘଟଣା : ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି, ୧୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣରେ ବଢୁଛି ମୃତ୍ୟୁସଂଖ୍ୟା । ପେଶାଓ୍ଵାରର ମସଜିଦରେ ବିସ୍ଫୋରଣ ବର୍ତ୍ତମାନ ସୁଦ୍ଧା ୬୩ ଜଣଙ୍କର ଜୀବନ ନେଲାଣି । ୧୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ତେଣୁ ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ନମାଜ ପାଠ ବେଳେ ଗତକାଲି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲେ । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ମସ୍‌ଜିଦ୍‌ର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିଥିଲା । ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା ବେଳେ ମୃତକଙ୍କ ମଧ୍ୟରେ ସର୍ବାଧିକ ସୁରକ୍ଷାକର୍ମୀ ରହିଥିବା ଜଣାପଡିଛି ।

ଏହି ଜଘନ୍ୟ ଓ ବର୍ବର ହମଲା ପାଇଁ ଆତଙ୍କବାଦୀ ସଂଗଠନ ତେହରିକ୍‌-ଇ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି । ଗତବର୍ଷ ଅଗଷ୍ଟରରେ ଟିଟିପିର ଜଣେ କମାଣ୍ଡରଙ୍କୁ ପାକିସ୍ତାନ ସେନା ହତ୍ୟା କରିଥିବାବେଳେ ଏହାର ପ୍ରତିଶୋଧ ନେବା ପାଇଁ ଏଭଳି ଆକ୍ରମଣ କରାଯାଇଛି । ପେଶାଓ୍ଵର ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ମସଜିଦରେ ଦିନ ପ୍ରାୟ ୧ଟା ୪୦ ମିନିଟରେ ନମାଜପାଠ ପାଇଁ ୫୫୦ଲୋକ ଏକାଠି ହୋଇଥିଲେ । ସେମାନଙ୍କ ମଧ୍ୟରେ ୩୦୦ରୁ ୪୦୦ କେବଳ ସୁରକ୍ଷାକର୍ମୀ ରହିଥିଲେ । ପୋଲିସ ଲାଇନରେ ଏବଂ ଉଚ୍ଚ ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଏହି ମସଜିଦକୁ ସର୍ବାଧିକ ପୋଲିସ ଅଧିକାରୀ, ସେନା କର୍ମଚାରୀ ଏବଂ ବୋମା ନିଷ୍କିୟକାରୀ ଦଳର ଅଧିକାରୀମାନେ ନମାଜ ପାଠ କରିବାକୁ ଆସିଥିଲେ । ହେଲେ ନମାଜ ପାଠ ଠିକ୍‌ ପୂର୍ବରୁ ଆଗ ଧାଡିରେ ବସିଥିବା ଜଣେ ଯୁବକ ନିଜକୁ ବୋମା ଦ୍ୱାରା ଉଡାଇ ଦେଇଥିଲେ। ଫଳରେ ମସଜିଦର ୫୦ଭାଗ ଉଡିଯାଇଥିଲା । ଗତ ମାର୍ଚ୍ଚମାସରେ ପେଶାୱରର ସଂଖ୍ୟାଲଘୁ ସିଟି ମସଜିଦ୍‌ରେ ଆଇଏସଆଇଏସ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ୬୪ଜଣଙ୍କ ଜୀବନ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.