ପାକିସ୍ତାନରେ ଉତ୍କଟ ହେଲାଣି ତୈଳ ସଙ୍କଟ, ୪୮ଘଣ୍ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ

ପାକିସ୍ତାନରେ ଆର୍ଥିକ ସ୍ଥିତି ଦୁର୍ବଳ ରହିଛି । ଏହାରି ମଧ୍ୟରେ ପାକିସ୍ତାନର ଅନେକ ଅଞ୍ଚଳରେ ପେଟ୍ରୋଲ ଅଭାବ ଦେଖାଦେଇଛି । ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜଧାନୀ ଇସ୍ଲାମାବାଦରେ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ପେଟ୍ରୋଲ ପମ୍ପ ।
ସୂଚନାନୁଯାୟୀ, ବର୍ତ୍ତମାନ ପାକିସ୍ତାନ ଗମ୍ଭୀର ସଙ୍କେଟରେ ରହିଛି । ପାକିସ୍ତାନର ପଞ୍ଜାବରେ ଅଧିକାଂଶ ପେଟ୍ରୋଲ ପମ୍ପରେ ତୈଳ ଅଭାବ ଉପୁଯିଛି । ଯାହାଫଳରେ ଲୋକଙ୍କ ଜୀବନଶୈଳୀରେ ବାଧା ସୃଷ୍ଟି କରୁଛି । ପାକିସ୍ତାନଠାରୁ ଦୂରଦୂରାନ୍ତରେ ରହିଥିବା ଇନ୍ଧନ ଗ୍ୟାସର ଅଭାବ କାରଣରୁ ଭୟଙ୍କର ବାତାବରଣ ଆରମ୍ଭ ହେବାରେ ଲାଗିଛି । ଭବିଷ୍ୟତରେ ଏପରି ପରିସ୍ଥିତି ମଧ୍ୟ ଆହୁରି ଭୟଙ୍କର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ବର୍ତ୍ତମାନର ଚିନ୍ତାକୁ ବଢ଼ାଇଦେଇଛି । ତୈଳ ଅଭାବ କାରଣରୁ ଏହାର ଦରରେ ବୃଦ୍ଧି ପାଇଛି । ଯାହା ଫଳରେ ପୂର୍ବରୁ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।
ଭାରତର ଜବାବୀ ହମଲାରେ ଛାନିଆ ପାକିସ୍ତାନ ହୋଇପଡିଛି । ପାକ୍ ରେ ତୈଳ ସଂକଟ ଉତ୍କଟ ହେଲାଣି । ରାଜଧାନୀ ଇସଲାମାବାଦରେ ୪୮ ଘଣ୍ଟା ପାଇଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏନେଇ ଇସଲାମାବାଦ କ୍ୟାପିଟାଲ ଟେରିଟୋରି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି ହୋଇଛି । ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ସଂକଟ ଏବେ ଉତ୍କଟ ରୂପ ନେଉଛି । ଏଥିପାଇଁ ଇସଲାମାବାଦରେ ୪୮ ଘଣ୍ଟା ପାଇଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରଖାଯାଇଛି । ଇସ୍ଲାମାବାଦ ବ୍ୟତୀତ ଲାହୋର, ଗୁଜରାୱନୱାଲା ଏବଂ ଫୈସଲାବାଦରେ ତୈଳ ଅଭାବ ନେଇ ଅନେକ ଦିନ ଧରି ପେଟ୍ରୋଲ ପମ୍ପକୁ ବନ୍ଦ କରିଦିଆଯାଇଛି । ଲାହୋରରେ ମୋଟ୍ ୪୫୦ ପେଟ୍ରୋଲ ପମ୍ପ ଥିବାବେଳେ ୭୦ଟି ପମ୍ପରେ ପେଟ୍ରୋଲ ସରିଯାଇଛି ।
Also Read : ପାକିସ୍ତାନକୁ IMF ପାଣ୍ଠିର ସହାୟତା, ଭୋଟିଂରେ ସାମିଲ ହେଲାନି ଭାରତ