ସିଫ୍ଟ ସରିଗଲାରୁ ଜରୁରୀକାଳୀନ ଅବତରଣ ପରେ ଉଡାଣ ଭରିବାକୁ ମନାକଲେ ପାକିସ୍ତାନ ପାଇଲଟ

ରବିବାର ଜରୁରୀକାଳୀନ ଅବତରଣ ପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାର ଲାଇନ୍ସ ପାଇଲଟ ଆଉ ବିମାନ ଉଡାଣ କରିବାକୁ ମନା କରିଦେଇଥିଲେ । ଖବର ଅନୁଯାୟୀ ପିକେ-୯୭୫୪ ବିମାନ ରିୟାଦରୁ ଉଡି ଇସଲାମାବାଦ ପର୍ଯ୍ୟନ୍ତ ଉଡିବାର ଥିଲା । ତେବେ ଖରାପ ପାଗ ହେତୁ ପାଇଲଟଙ୍କୁ ସାଉଦି ଆରବର ଡ୍ୟାମରେ ଅବତରଣ କରିବାକୁ ପଡିଥିଲା । ଯେତେବେଳେ ଜରୁରୀ ଅବତରଣ କଲା ପରେ ପାଇଲଟ ଆଉ ବିମାନ ଉଡାଇବାକୁ ମନା କରିଦେଇଥିଲେ । ଯାହାଫଳରେ ସମସ୍ୟା ଉପୁଜିଲା ।

ରିପୋର୍ଟ ଅନୁଯାୟୀ ପାଇଲଟଙ୍କର ଡ୍ୟୁଟି ଶେଷ ହୋଇଯାଇଥିବାରୁ ବିମାନ ଚଳାଇବାକୁ ମନାକରିଥିଲେ । ଏହି ସମୟରେ ବିମାନ ମଧ୍ୟରେ ଥିବା ଯାତ୍ରୀ ଏହାକୁ ବିରୋଧ କରିବାକୁ ଲାଗିଲେ । ପରିସ୍ଥିତି ଦିନକୁ ଦିନ ତିକ୍ତ ହେବପରେ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ ବିମାନ ବନ୍ଦର ସୁରକ୍ଷାକର୍ମୀଙ୍କୁ ଡକା ଯାଇଥିଲା । ଶେଷରେ ଯାତ୍ରା ଜାରି ରଖିବା ପର୍ଯ୍ୟନ୍ତ ଯାତ୍ରୀ ମାନଙ୍କୁ ଏକ ହୋଟେଲରେ ରହିବାକୁ ଦିଆଯାଇଥିଲା ।

ପାଇଲଟ ବିଶ୍ରାମ ନେବା ଉଚିତ କାରଣ ଏହା ବିମାନ ସୁରକ୍ଷା ପାଇଁ ଆବଶ୍ୟକ ଅଟେ । ସମସ୍ତ ଯାତ୍ରୀ ଇସଲାମାବାଦ ବିମାନ ବନ୍ଦରରେ ରାତି ୧୧ଟାରେ ପହଞ୍ଚିବେ ଯେପର୍ଯ୍ୟନ୍ତ ହୋଟେଲ ମାନଙ୍କରେ ବ୍ୟବସ୍ଥା କରାଯାଇନାହିଁ ବୋଲି ପାକିସ୍ତାନ ଅନ୍ତର୍ଜାତୀୟ ଏୟାର ଲାଇନ୍ସର ମୁଖପାତ୍ର କହିଛନ୍ତି ।ତେବେ ଜରୁରୀ କାଳିନ ଅବତରଣ ପରେ ଯାତ୍ରୀମାନେ ଅଟକି ରହିଛନ୍ତି ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଆମେରୀକାରେ ଲୋକେ ଫସି ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.