କେନ୍ୟୁଜ୍(ବ୍ୟୁରୋ): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପରେ ବଢୁଛି ସଂକଟ । ଫ୍ଲୋର୍ ଟେଷ୍ଟ ପୂର୍ବରୁ ଆଜି ରାତିରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ଇମ୍ରାନ୍ ଖାନ୍ । ଏନେଇ ସୂଚନା ଦେଇଛନ୍ତି ଇମ୍ରାନ୍ ସରକାରର ମନ୍ତ୍ରୀ ଫଓ୍ଵାଦ୍ ଚୌଧୁରୀ । ଏବେ ସମସ୍ତଙ୍କ ନଜର ଦେଶବାସୀଙ୍କୁ କଣ କହିବେ ଇମ୍ରାନ୍ । ତେବେ ଆଶଙ୍କା କରାଯାଉଛି ଇମ୍ରାନ୍ ଆଜିର ସମ୍ବୋଧନରେ ଏମର୍ଜେନ୍ସି ଲାଗୁ କରିବା ଭଳି ଶକ୍ତ ନିଷ୍ପତ୍ତି ନେଇପାରନ୍ତି । ଆସନ ଟଳମଳ ଭିତରେ ଇମ୍ରାନ୍ ଖାନ୍ଙ୍କୁ କିଛିଟା ସମୟ ମିଳିଛି ।
ଆଜି ନେସ୍ନାଲ୍ ଆସେମ୍ବଲି ଆରମ୍ଭ ହେବା କ୍ଷଣି ବିରୋଧୀ ସମସ୍ୟ ହଙ୍ଗାମା କରିଥିଲେ । ଫଳରେ ଆସନ୍ତା ୩ ତାରିଖ ଯାଏ ଗୃହକୁ ସ୍ଥଗିତ କରାଯାଇଛି । ଇମ୍ରାନ୍ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ୩ ତାରିଖରେ ଚର୍ଚ୍ଚା ହେବ । ଏହାରି ଭିତରେ ଇମ୍ରାନ୍ ନିଜ ଚୌକି ବଞ୍ଚାଇବା ପାଇଁ ଜି ଜାନ୍ ଲଗାଇବେ । ୩୪୨ ସଦସ୍ୟ ବିଶିଷ୍ଟ ଆସେମ୍ବଲିରେ ବହୁମତ ହରାଇ ସାରିଛନ୍ତି ପିଏମ୍ ଇମ୍ରାନ୍ ଖାନ୍ । ଏହାରି ଭିତରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଫେରାଇ ନେବାକୁ ପ୍ରସ୍ତାବ ଦେଇଛନ୍ତି ଇମ୍ରାନ୍ । ହେଲେ ଇସ୍ତଫା ଦେବାକୁ ମନା କରିଛନ୍ତି । ବିକଳ୍ପ ଭାବେ ସଂସଦ ଭଙ୍ଗ କରିବା ଦିଗରେ ଚିନ୍ତା କରୁଛନ୍ତି ଇମ୍ରାନ୍ ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…