ଦେଶ ବିଦେଶ

ପାକିସ୍ତାନରେ ହେଲା ଗଣଦୁଷ୍କର୍ମ, ବଲିଉଡ୍‌ ଉପରେ ବର୍ଷିଲେ ପାକ୍‌ ପିଏମ୍‌ ଇମ୍ରାନ୍‌ ଖାନ୍‌

ପାକିସ୍ତାନରେ ଘଟିଥିବା ଏକ ଗଣବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଦୋଷ ଦେଇଛନ୍ତି। ମଙ୍ଗଳବାର ଇମ୍ରାନ୍‌ କହିଛନ୍ତି ଭାରତର ରାଜଧାନୀ ଦିଲ୍ଲୀ ଏବେ ଦୁନିଆର ରେପ୍‌ କ୍ୟାପିଟାଲରେ ପରିଣତ ହୋଇଛି। ବଲିଉଡ୍‌ ଫିଲ୍ମରେ ଦେଖାଯାଉଥିବା ଅଶ୍ଳୀଳତାକୁ ସେ ଏଥିପାଇଁ ଦାୟୀ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ପାକିସ୍ତାନ୍‌କୁ ବଲିଉଡ୍‌ର ଖରାପ ପ୍ରଭାବରୁ ବଞ୍ଚାଇବା ପାଇଁ ସେ ନିଜ ଦେଶରେ ଇସ୍‌ଲାମିକ ସିରିଜ୍‌ ଦେଖାଉଛନ୍ତି।

ପାକିସ୍ତାନର କରାଚୀ ସହରରେ ହୋଇଥିବା ଗ୍ୟାଙ୍ଗ୍‌ ରେପ୍‌ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକ ଗଣମାଧ୍ୟମରେ ଇଣ୍ଟରଭ୍ୟୁ ଦେବା ଅବସରରେ ମହିଳାଙ୍କ ଉପରେ ବଢ଼ୁଥିବା ଅପରାଧ ଓ ସେମାନଙ୍କ ସୁରକ୍ଷା ନେଇ ଚର୍ଚ୍ଚା କରିଛନ୍ତି।

ଏ ଅବସରରେ ସେ ଭାରତ କଥା ଉଠାଇଥିଲେ। ସେ କହିଥିଲେ ବଲିଉଡ ଫିଲ୍ମରେ ପ୍ରଦର୍ଶିତ ହେଉଥିବା ଅଶ୍ଳୀଳତା ଯୋଗୁ ନୂଆଦିଲ୍ଲୀରେ ସେକ୍ସୁଆଲ କ୍ରାଇମ୍‌ ବଢ଼ୁଛି। ଇମ୍ରାନ୍‌ କହିଛନ୍ତି ବଲିଉଡ୍‌ରେ ୪୦ ବର୍ଷ ପୂର୍ବରୁ ଯେଭଳି ଫିଲ୍ମ ହେଉଥିଲା ଏବେ ସେମିତି ହେଉନାହିଁ। ଏହାର ପ୍ରଭାବ ଭାରତୀୟ ସମାଜ ଉପରେ ପଡ଼ୁଛି। ଦିଲ୍ଲୀ ଦୁନିଆର ରେପ୍‌ କ୍ୟାପିଟାଲ ବନିଯାଇଛି।

ତେବେ ପାକିସ୍ତାନରେ ନାରୀମାନଙ୍କୁ ଏବେ ଅଧିକ ସୁରକ୍ଷା ଯୋଗାଯିବ ବୋଲି କହିଛନ୍ତି ଇମ୍ରାନ୍‌। ଯଦି କେହି ଯୌନ ଉତ୍ପୀଡ଼ନର ଶିକାର ହେଉଛି ଏହା ଦ୍ୱାରା କେବଳ ସେ ନୁହେଁ ତା ପରିବାର ଲୋକ ମଧ୍ୟ ପ୍ରଭାବିତ ହେଉଛନ୍ତି। ଏହା ରୋକିବାକୁ କେବଳ କଠୋର ଦଣ୍ଡ ଦରକାର ବୋଲି କହିଛନ୍ତି ଇମ୍ରାନ୍‌।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

58 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago