ପାକିସ୍ତାନ : ଇମ୍ରାନ୍ ଖାନ୍ ସରକାର ଆଣିଲେ ଅଭିଯୋଗ, ମୋଦି ଓ ଜିନ୍ଦଲଙ୍କ ଲିଙ୍କ୍ରେ ନଓ୍ଵାଜ୍ ଶରିଫ

ଇସ୍ଲାମବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ରାଜନୈତକ ସହାୟକ ଡା. ଶାହାବାଜ୍ ଗିଲ୍ ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ଶରିଫ୍ଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ । ସେ କହିଛନ୍ତି ଯେ ନଓ୍ଵାଜ ଶରିଫ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ସହ ସମ୍ପର୍କ ରଖିଛନ୍ତି ।
ରାଜନୀତିରେ ସେନା ବିରୋଧରେ ର୍ୟାଲି ବାହାର କରିଥିବା ନଓ୍ଵାଜ୍ ଶରିଫଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲାଗିଛି । ଗିଲ୍ ଆହୁରି କହିଛନ୍ତି ଯେ ପିଏମ୍ଏଲ୍ ସୁପ୍ରିମୋ ନଓ୍ଵାଜ୍ ଶରିଫ ସେନା ବିରୋଧର ବିଶୋଦ୍ଗାର କରୁଛନ୍ତି । କାରଣ ସେନା ଶରିଫଙ୍କ ମୋଦି ଓ ଜିନ୍ଦର ଲିଙ୍କ୍ ବିଷୟରେ ପ୍ରଶ୍ନ ଉଠାଇଛନ୍ତି ।
ଗିଲ୍ ଆହୁରି କହିଛନ୍ତି ଯେ ଶରିଫ ଓ ତାଙ୍କ ସରକାର କୁଳଭୁଷଣ ଜାଦବଙ୍କୁ ଧରିଥବା ନେଇ ଘୋଷଣା କରିବାକୁ ଅନିଚ୍ଛୁକ ଥିଲେ । ଲେପ୍ଟାଣ୍ଟ ଜେନେରାଲ୍ ଅସିମ୍ ସଲିମ୍ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ । ନଓ୍ଵାଜ୍ ସରିଫ୍ କାଠମାଣ୍ଡୁରେ ମୋଦିଙ୍କ ସହ ସିକ୍ରେଟ୍ ଡିଲ୍ କରିଥିଲେ ।
କେବଳ ଏତିକି ନୁହେଁ ଶରିଫ୍ ପାକିସ୍ତାନ କୁଟନୀତିଜ୍ଞଙ୍କୁ ଭାରତ ବିରୋଧରେ କୈାଣସି ଟିପ୍ପଣୀ ଦେବାକୁ ମଧ୍ୟ ମନା କରିଥିଲେ । ପ୍ରକାଶଯୋଗ୍ୟ ଯେ ପାକିସ୍ତାନର ବିରୋଧୀ ଦଳ ଇମ୍ରାନ ଖାନ୍ ସରକାର ସେନା ସହ ବୁଝାମଣା କରିଥିବା ନେଇ ବିରୋଧୀ ଘୋଷଣା କରିବା ପରେ ଇମ୍ରାନଙ୍କ ନିଦ ହଜି ଯାଇଛି । ତେଣୁ ଶରିଫଙ୍କୁ ଦେଶଦ୍ରୋହୀ କରିବାକୁ ଇମ୍ରାନ ସରକାର ଲାଗିପଡ଼ିଛନ୍ତି ।