ଜେଲରେ କଏଦୀ ଭଗବତ ଗୀତା ଏବଂ ବାଇବେଲ୍‌ ପଢିଲେ କମାଇ ଦିଆଯିବ ଦଣ୍ଡ, ସରକାର ଆଣିଲେ ନୂଆ ନିୟମ

ଇସଲାମିକ ଦେଶ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ କଏଦୀଙ୍କୁ ଗୀତା ଓ ବାଇବେଲ୍ କଣ୍ଠସ୍ଥ କରିବାକୁ ନୂଆ ସରକାରଙ୍କର ନିର୍ଦ୍ଦେଶ ଦେଇଛନ୍ତି। କଥାଟି ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ପାକିସ୍ତାନର ପଞ୍ଜାବ ରାଜ୍ୟରେ ନୂଆ ସରକାର ସରକାର କଏଦୀମାନଙ୍କ ପାଇଁ ଏପରି ନିୟମ ଆଣିବାକୁ ଯାଉଛନ୍ତି। ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀ କଏଦୀମାନେ ଯଦି ସେମାନଙ୍କର ଧାର୍ମିକ ପୁସ୍ତକ ଗୀତା ଓ ବାଇବେଲ୍କୁ ଜେଲ୍ରେ ରହି କଣ୍ଠସ୍ଥ କରିଦିଅନ୍ତି ତେବେ ସେମାନଙ୍କୁ ୩-୬ ମାସ ଜେଲ୍ ଦଣ୍ଡ କମାଇ ଦିଆଯିବ ବୋଲି ପାକିସ୍ତାନ ପଞ୍ଜାବର ନବନିର୍ବାଚିତ ସରକାର ଏକ ପ୍ରସ୍ତାବ ଦେଇଛନ୍ତି।

ଏନେଇ ପଞ୍ଜାବ ରାଜ୍ୟର ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ ଇଲାହୀଙ୍କୁ ଏକ ପ୍ରସ୍ତାବ ପଠାଇଛନ୍ତି। ରାଜ୍ୟରେ ବନ୍ଦୀ ଥିବ ଅଳ୍ପ ସଂଖ୍ୟକମାନଙ୍କର ସଜା କମ କରିବା ପାଇଁ ଏଥିରେ ପ୍ରସ୍ତାବ ଓ ନିୟମ ରହିଛି। ଏନେଇ ସୂଚନା ଦେଇ ପାକିସ୍ତାନର ଏକ ବରିଷ୍ଠ ଅଧିକାରୀ କହିଛନ୍ତି “ ପଞ୍ଜାବ ସରକାର ଗୃହ ବିଭାଗ ହିନ୍ଦୁ ଓ ଖ୍ରୀଷ୍ଟିଆନ କଏଦୀଙ୍କୁ ସେମାନଙ୍କର ପବିତ୍ର ଗ୍ରନ୍ଥ ବାଇବେଲ୍ ଓ ଭଗବତ ଗୀତାଙ୍କୁ କଣ୍ଠସ୍ଥ କଲେ ୩-୬ ମାସ ସଜା ଅବଧି କମାଇବାକୁ ପ୍ରସ୍ତାବ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସାରାଂଶ ପଠାଇଛନ୍ତି।”

ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ପରେ ଏହି ସାରାଂଶକୁ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଯିବ। ଏହା ପରେ ଗୃହ ବିଭାଗ ହିନ୍ଦୁ ଏବଂ ଶିଖ କଏଦୀଙ୍କ ସଜା କମ୍‌ କରିବା ପାଇଁ ଏକ ନୋଟିଫିକେସନ ଜାରି କରିବ। ଏଥିରେ ଅଳ୍ପ ସଂଖ୍ୟକଙ୍କ କଏଦୀ ନିଜର ପବିତ୍ର ଧର୍ମଗ୍ରନ୍ଥ ପଢିବା ପାଇଁପ୍ରେରିତ ହେବେ। ପଞ୍ଜାବର ଜେଲ ସେବାର ସରକାରୀ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ପବିତ୍ର କୁରନା କଣ୍ଠସ୍ଥ କରିଥିବା ମୁସଲିମ କଏଦୀଙ୍କୁ ସଜା ଅବଧିରେ ୬-୨ ବର୍ଷ କମ୍ କରିବାର ପ୍ରସ୍ତାବ ରହିଛି। ତେଣୁ ସଂଖ୍ୟାଲଘୁଙ୍କ ପାଇଁ ମଧ୍ୟ ନିୟମ ଅଣାଯାଇଛି।

ସୂଚନା ଥାଉକି ମାର୍ଚ୍ଚ ମାସରେ ଲାହୋର ହାଇକୋର୍ଟ ପଞ୍ଜାବ ସରକାରଙ୍କୁ ସଂଖ୍ୟାଲଘୁ କଏଦୀଙ୍କୁ ଜେଲ ସଜା କୋହଳ ସମ୍ପର୍କିତ ରିପୋର୍ଟ ତଲବ କରିଥିଲେ। କାରଣ ଜଣେ ଖ୍ରୀଷ୍ଟିଆନ୍ ଆବେଦନ କର୍ତ୍ତା ମୁସଲମାନଙ୍କୁ ଦିଆଯାଉଥିବା ସଜା କୋହଳ ନ୍ୟାୟରେ ହିନ୍ଦୁ ଓ ଖ୍ରୀଷ୍ଟିଆନ୍ଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯାଉ ବୋଲି ଦାବି କରିଥିଲେ। ଏଥିପାଇଁ କୋର୍ଟ ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ। ସୂଚନାଯୋଗ୍ୟ, ପାକିସ୍ତାନର ପଞ୍ଜାବ ରାଜ୍ୟରେ ହିନ୍ଦୁ, ଶିଖ୍ ଓ ଖ୍ରୀଷ୍ଟିଆନଙ୍କୁ ମିଶାଇ ମୋଟ ୧୧୮୮ କଏଦୀ ଜେଲ୍ ସଜା କାଟୁଛନ୍ତି। ଏହାଛଡା ପୂର୍ବରୁ ଅନେକ ଥର ହିନ୍ଦୁ ଏବଂ ଶିଖ ସମୁଦାୟ ଲୋକଙ୍କୁ ନିର୍ଯାତନା ହେଉଥିବା ମାମଲା ସାମ୍ନାକୁ ଆସିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.