ଜମ୍ମୁ-କଶ୍ମୀରକୁ ଭାରତର ରାଜ୍ୟ ବୋଲି ମାନିଲା ପାକିସ୍ତାନ

ନୂଆଦିଲ୍ଲୀ: ଜେନିଭାରେ ସଂଯୁକ୍ତରାଷ୍ଟ୍ର ମାନବାଧିକାର ପରିଷଦ(UNHRC) ରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଛି। ତେବେ ସେଠାରେ ପାକିସ୍ତାନ ଜମ୍ମୁ କଶ୍ମୀରକୁ ଭାରତର ଅଂଶ ବୋଲି କହିଛି। UNHRC ରେ ପାକିସ୍ତାନୀ ବିଦେଶ ମନ୍ତ୍ରୀ ଶାହ ମହମୁଦ କ୍ୟୁରେସୀ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଭାରତର ଏକ ରାଜ୍ୟ। ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ:

ଜମ୍ମୁ-କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏଥିସହ ଏହି ପ୍ରସଙ୍ଗକୁ ନେଇ ଯଥା ସମ୍ଭବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି ପାକିସ୍ତାନ। ମାତ୍ର ଇମ୍ରାନ୍‌ ସରକାର ସମସ୍ତ ପ୍ରଚେଷ୍ଟାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ନିଜ ଦେଶର ଲୋକମାନେ ତାଙ୍କ ନିନ୍ଦା କରିବା ଆରମ୍ଭ କରିଦେଲେଣି।