ନିଜ ଯବାନକୁ ବି ଚିହ୍ନି ପାରିଲେନି ପାକିସ୍ତାନୀ , ଭାରତୀୟ ଭାବି ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ: ନିଜ ଗୋଡରେ ନିଜେ କୁରାଢି ମାରିଲା ପାକିସ୍ତାନ । ବିଶ୍ବାସଘାତକର ପରିଚୟ ପାଇଥିବା ପାକିସ୍ତାନ କିନ୍ତୁ ନିଜ ଦେଶର ପାଇଲଟକୁ ବଞ୍ଚାଇ ପାରିଲେନି। ନିଜ ଲୋକକୁ ମଧ୍ୟ ଚିହ୍ନି ପାରିଲେନି ପାକିସ୍ତାନୀ । ଭାରତୀୟ ଭାବି ଏମିତି ମାରିଲେ ଶେଷରେ ଜୀବନ ହାରିଲେ ଜଣେ ପାକିସ୍ତାନୀ ସୈନ୍ୟ । ଅନ୍ୟପଟେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନ ଭାରତ ଚାପରେ ଫେରାଇବାକୁ ବାଧ୍ୟ ହେଲା ।
ଏହି ଘଟଣା ସେହିଦିନ ଘଟିଥିଲା, ଯେଉଁଦିନ ଅଭିନନ୍ଦନ ପାରାସ୍ୟୁଟ୍ ସହ ପିଓକେରେ ଖସିପଡ଼ିଥିଲେ। ବୀରତ୍ଵର ପରିଚୟ ଦେଇ ସେ ନିଜର ଜୀବନ ରକ୍ଷା କରିଥିବାବେଳେ ଜଣେ ପାକିସ୍ତାନୀ ପାଇଲଟ କିନ୍ତୁ ବର୍ତ୍ତିପାରି ନ ଥିଲେ। ନିଜ ଲୋକଙ୍କ ହାତରେ ତାଙ୍କୁ ଜୀବନ ହାରିବାକୁ ପଡିଛି । ପାକିସ୍ତାନୀ ବାୟୁସେନାର ଶାହଜୁଦ୍ଦିନ ନିଜ ଦେଶ ପାଇଁ ସେବା କରୁଥିଲେ। ତାଙ୍କ ବାପା ମଧ୍ୟ ପାକ୍ ବାୟୁସେନାରେ ଏୟାର ମାର୍ଶଲ ଅଛନ୍ତି।
ସୂଚନା ମୁତାବକ ଫେବୃୟାରୀ ୨୭ରେ ଭାରତରେ ଆକ୍ରମଣ କରିବାକୁ ପାକ୍ ବାୟୁସେନା ପକ୍ଷରୁ ଉଦ୍ୟମ ହୋଇଥିଲା। ଆକାଶ ମାର୍ଗରେ ପାକ୍ ବାୟୁସେନାର ଯୁଦ୍ଧ ବିମାନ ଉଡୁଥିବା ଦେଖି ଭାରତୀୟ ବାୟୁସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଭାରତ ପାକିସ୍ତାନର ଲଢୁଆ ଯୁଦ୍ଧ ବିମାନ ଏଫ-୧୬କୁ ଖସାଇ ଦେଇଥିଲା। ସେହି ଏଫ-୧୬ରେ ଥିବା ପାଇଲଟ ଶାହଜୁଦ୍ଦିନ ସଫଳତାର ସହ ପାରାସ୍ୟୁଟ୍ ଜରିଆରେ ବାହାରି ଆସି ପିଓକେରେ ଓହ୍ଲାଇଥିଲେ। କିନ୍ତୁ ସ୍ଥାନୀୟ ଲୋକମାନେ ତାଙ୍କୁ ଭାରତୀୟ ବାୟୁସେନାର ପାଇଲଟ ଭାବି ନିସ୍ତୁକ ମାଡ଼ ମାରିଥିଲେ। ଶାହଜୁଦ୍ଦିନ ନିଜ ପରିଚୟ ଦେଇଥିଲେ ମଧ୍ୟ ଲୋକେ କିଛି ଶୁଣି ନ ଥିଲେ। ତେବେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶାହଜୁଦ୍ଦିନଙ୍କ ମୃତ୍ୟୁ ଘଟିଥିଲା।