ଭାରତ-ପାକ ମୁହିଁ ମୁହିଁ ପାଇଁ ଅଟକି ରହିଛି ସମଝୌତା ଏକ୍ସପ୍ରେସ୍

ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକ ମଧ୍ୟରେ ଲାଗି ରହିଥିବା ସଂକଟମୟ ସ୍ଥିତି ପାଇଁ ସମଝୌତା ଏକ୍ସପ୍ରେସର ଭାଗ୍ୟ ଏବେ ଅନିଶ୍ଚିତତା ଘେରରେ । ପାକିସ୍ତାନ ନିଜ ତରଫରୁ ସମଝୌତା ଏକ୍ସପ୍ରେସର ପରିଚାଳନାକୁ ରୋକି ଦେଇଛି । ଏହି ଟ୍ରେନ ଗୁରୁବାରରେ ଅଟାରୀ ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରେ । ରେଳ ଅଧିକାରୀଙ୍କ କହିବା ମୁତାବକ ଭାରତ ପକ୍ଷରୁ ଏହି ଟ୍ରେନକୁ ଅଟାରୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଚଲାଇବା ପାଇଁ କୌଣସି ପ୍ରକାର ନର୍ଣ୍ଣୟ ନିଆଯାଇନାହିଁ । ପାକିସ୍ତାନ ନିଜ ତରଫରୁ ୱାଘା ଠାରୁ ଲାହୋର ମଧ୍ୟରେ ପତ୍ୟାବର୍ତ୍ତନକୁ ରଦ୍ଦ କରିଦେଇଥିଲା ଯେଉଁଥିରେ ୨୭ ଯାତ୍ରୀ ପୁରୁଣା ଦିଲ୍ଲୀରୁ ଅଟାରୀରେ ପହଞ୍ଚିଥିଲେ ସେମାନଙ୍କ ଭିତରେ ୨୩ ଭାରତୀୟ ଓ ୩ ଜଣ ପାକିସ୍ତାନୀ ଯାତ୍ରୀ ଥଲେ । ଅଧିକାରୀଙ୍କ କହିବାନୁସାରେ ୱାଘା ଷ୍ଟେସନ ମାଷ୍ଟର ନିଜର ସମକକ୍ଷଙ୍କୁ ଖବର ଦେଇଥିଲେ କି , ଯାତ୍ରୀ ଓ ପାର୍ସଲ ଟ୍ରେନ ଯାହା ପାକିସ୍ତାନ ପଟୁ ଅଟାରୀ ପର୍ଯ୍ୟନ୍ତ ଆସୁଅଛି ତାହା ଆଗାମୀ ଆଦେଶ ନପାଇବା ପର୍ଯ୍ୟନ୍ତ ଆସିବ ନାହିଁ । ଏହା ପୁର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଏକ ବିବୃତିରେ କହିଥିଲେ କି, ପାକିସ୍ତାନ ଓ ଭାରତ ମଧ୍ୟରେ ସ୍ଥିତିକୁ ନଜର ରଖି ଟ୍ରେନ ପରିଚାଳନା ଗୁରୁବାର ଦିନ ରଦ୍ଦ କରିଦିଆଯାଇଛି । ତେବେ ସମଝୌତା ଏକ୍ସପ୍ରେସକୁ ପରିଚାଳନା ବିଷୟରେ ପ୍ରସାଶନ ତରଫରୁ କୌଣସି ନିର୍ଦ୍ଦେଶ ମିଳିନାହିଁ ଓ ଏହି ବିଷୟରେ ଯାହା ନିର୍ଦ୍ଦେଶ ମଳିବ ତାହା ପାଳନ କରାଯିବ ବୋଲି ରେଳ ମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି ।