ବାଲିଷ୍ଟକ୍‌ ମିସାଇଲ୍‌ ଟେଷ୍ଟ କଲା ପାକିସ୍ତାନ

ମିସାଇଲ ଟେଷ୍ଟ କଲା ପାକିସ୍ତାନ । ଭୟଭୀତ ପାକିସ୍ତାନ ବାଲିଷ୍ଟକ୍‌ ମିସାଇଲ୍‌ ଗଜନବୀର ପରୀକ୍ଷଣ କରିଛି । ଏହି ମିସାଲର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟରରୁ ୩୨୦ କିଲୋମିଟର ରହିଛି । ୭୦୦ କିଲୋଗ୍ରାମ ବିସ୍ଫୋରକ ନେବାରେ ଏହି ମିସାଇଲ ସକ୍ଷମ । ଏହି ପରୀକ୍ଷଣ ପାଇଁ ପାକିସ୍ତାନ କରାଚି ଏୟାରସ୍ପେସ୍‌କୁ ବନ୍ଦ କରିଛି । ଏହା ସହ ନୌସେନାକୁ ଆଲର୍ଟ କରିଛି ପାକିସ୍ତାନ । କଶ୍ମୀର ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ସ୍ତରରେ କୌଣସି ସମର୍ଥନ ନମିଳିବା ପରେ ପୂର୍ବରୁ ମଧ୍ୟ ପାକିସ୍ତାନ ମିସାଇଲ୍‌ ଟେଷ୍ଟ କରିବା ନେଇ ଧମକ ଦେଇଥିଲା । ବାଲିଷ୍ଟିକ୍‌ ମିସାଇଲ ପରୀକ୍ଷଣ କରିଥିବା ନେଇ ପାକିସ୍ତାନ ସେନା ମୁଖପାତ୍ର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.