ଭାରତକୁ ପାକିସ୍ତାନର ପୁଣି ଧମକ : ସିନ୍ଧୁ ନଦୀରେ ବନ୍ଧ ନିର୍ମାଣ କଲେ ଧ୍ବଂସ କରିଦେବୁ  

ପାହଲଗାମ ଆକ୍ରମଣ ପରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ଶକ୍ତ ଝଟକା ଦେଇଛି । ବ୍ୟତିବ୍ୟସ୍ତ ହୋଇ ପଡ଼ିଛି ପାକିସ୍ତାନ । ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଦେବା ପରେ ପାକିସ୍ତାନରେ ଜଳ ସଙ୍କଟ ଦେଖା ଦେଇଛି । ଯାହା ପରେ ପାକିସ୍ତାନ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଛି । ଏହାରି ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଭାରତକୁ ଧମକ ଦେଇଛନ୍ତି । ଯଦି ସିନ୍ଧୁ ନଦୀର ପାଣି ବନ୍ଦ କରିବା ପାଇଁ ଭାରତ ବନ୍ଧ ତିଆରି କରେ ତେବେ ପାକିସ୍ତାନ ଆକ୍ରମଣ କରି ତାହାକୁ ଧ୍ବଂସ କରିଦେବ ।

ଏକ ଇଣ୍ଟରଭ୍ୟୁରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରର ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ମୁଣ୍ଡ ଗରମ ହୋଇ ଯାଇଛି । ତେଣୁ ନିଜକୁ ସମ୍ଭାଳି ନପାରି ଉତ୍ତେଜଜିତ ହୋଇ ଭାରତକୁ ଧମକ ଦେଇଛି । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପରେ ଏବେ ପାକସ୍ତାନରେ ଭାଳେଣି ପଡ଼ିଛି। ସିନ୍ଧୁ ଜଳକୁ କସ୍ମିନ କାଳେ ଛାଡିବୁନି । ସିନ୍ଧୁ ଜଳ ଅଧିକାରକୁ ଛାଡିବୁନି।  ଯଦି ଭାରତ କିଛି ବି କରେ ତେବେ  ଆକ୍ରମଣ ହେବ ବୋଲି କହିଛନ୍ତି ପାକିସ୍ତାନ ସରକାର।

ନିଜ ପ୍ରତିକ୍ରିୟା ଦେଇ ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସିନ୍ଧୁ ନଦୀ ଜଳକୁ ରୋକିବା ପାଇଁ ଯଦି କୌଣସି ବି ନିର୍ମାଣ କାର୍ଯ୍ୟ ଭାରତ କରେ ତେବେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବନି ପାକିସ୍ତାନ । ସବୁ ନିର୍ମାଣକୁ ନଷ୍ଚ କରାଯିବ ବୋଲି କହିଛନ୍ତି ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ ଖ୍ବାଜା ଆସିଫ । ଯଦି ଭାରତ ଏଭଳି କିଛି ନିଷ୍ପତ୍ତି ନେବାକୁ ଚେଷ୍ଟା କରେ ବା ସିନ୍ଧୁ ନଦୀ ଜଳକୁ ଅନ୍ୟତ୍ର ମୋଡିବା ପାଇଁ ପ୍ରୟାସ କରେ ତେବେ ପାକିସ୍ତାନ ସେସବୁକୁ ଧ୍ବଂସ କରିଦେବ।  ସୂଚନା ଥାଉ କି ପହଲଗାମ ଆକ୍ରମଣର କିଛି ଘଣ୍ଟାପରେ ଭାରତ ସିନ୍ଧୁ ନଦୀର ଜଳଚୁକ୍ତିକୁ ସ୍ଥଗିତ କରିଦେଇଛି ।

ଅନ୍ୟପଟେ ଜମ୍ମୁ ଓ କାଶ୍ମୀର ପହଲଗାମ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇ ଥିଲେ । ଯାହା ପରେ ଭାରତ ପ୍ରଥମେ ପାକ୍ ବିରୋଧରେ ସିନ୍ଧୁ ନଦୀ ଚୁକ୍ତିନାମାକୁ ସ୍ଥଗିତ କରିଥିଲା । ଧୀରେ ଧୀରେ ଭାରତ ପାକିସ୍ତାନ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ଭାରତ ପାକିସ୍ତାନର ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ସମେତ କେତେକ କଳାକାରଙ୍କୁ ବ୍ୟାନ କରିଛି । ଏଥି ସହିତ ଆଜି ପାକିସ୍ତାନକୁ ସମସ୍ତ ଡାକ, ପାର୍ସଲ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଆହୁରି ବିଗିଡ଼ିବାରେ ଲାଗିଛି । ଏହା ମଧ୍ୟ ଅନୁମାନ କରାଯାଉଛି କି ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହୋଇପାରେ ।

Also Read : ପାକିସ୍ତାନ ଉପରେ ଭାରତର ଆକ୍ସନ, ଆମଦାନୀ ଓ ରପ୍ତାନୀ ସଂପୂର୍ଣ୍ଣ ଭାବେ ବନ୍ଦ କଲେ ଭାରତ ସରକାର