ଏକ ସଂଗେ ୬ ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା, ଜାଣନ୍ତୁ କେମିତି ହେଲେ ଏତେ ପିଲା ଜନ୍ମ
ଇସଲାମବାଦ : ନିକଟରେ ପାକିସ୍ତାନ କରାଚିରେ ଜଣେ ମହିଳା ଏକସଂଗେ ୬ ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ସନ୍ତାନଙ୍କ ମଧ୍ୟରୁ ୫ ଟି ସନ୍ତାନ ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ଗୋଟିଏ ସନ୍ତାନର ମୃତୁୃ ଘଟିଛି । ଏହି ସମସ୍ତ ପିଲାଗୁଡିକ ନର୍ମାଲ ଡେଲିଭରି ହୋଇଥିବା ଜଣାଯାଇଛି । ୬ ଟି ସନ୍ତାନଙ୍କ ମଧ୍ୟରୁ ୫ ଟି ପୁତ୍ର ସନ୍ତାନ ହୋଇଥିବା ବେଳେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ତେବେ ପୂର୍ବରୁ ମହିଳାଙ୍କ ଗୋଟିଏ ସନ୍ତାନ ରହିଛନ୍ତି । ଏବେ ଅଧିକାଂଶ ମହିଳାଙ୍କ ଠାରେ ବହୁ ସନ୍ତାନ ଜନ୍ମ ହେବାର ଦେଖାଯାଉଛି । ଆସନ୍ତୁ ଜାଣିବା କ’ଣ ଏହାର କାରଣ ।
କାହିଁକି ହୋଇଥାଏ ବହୁ ଗର୍ଭଧାରଣର ସମ୍ଭାବନା
– ଅନେକ କିଛି କାରଣ ପାଇଁ ବହୁ ଗର୍ଭଧାରଣ ଆଶଙ୍କା ବଢ଼ିଥାଏ । ଯେଉଁଥିପାଇଁ ଏକ ସଂଗରେ ହୋଇଥାନ୍ତି ଅନେକ ସନ୍ତାନ ।
– ୩୦ ବର୍ଷରେ ଗର୍ଭଧାରଣ ପାଇଁ ଚେଷ୍ଟା କରୁଥିବା ମହିଳାଙ୍କ ହୋଇଥାଏ ବହୁ ଗର୍ଭଧାରଣ ସମସ୍ୟା । ବିଶେଷ କରି ଟ୍ଵିନ୍ସ ହେବାର ଫ୍ୟାମିଲ ହିଷ୍ଟ୍ରି ରହିଥାଏ ।
– ଯେଉଁ ମହିଳାଙ୍କ ଉଚ୍ଚତା ସାଧାରଣ ଠାରୁ ଅଧିକ ହୋଇଥାଏ ଓ ସେମାନଙ୍କର ଓଜନ ମଧ୍ୟ ଅଧିକ ଥାଏ, ସେମାନଙ୍କ ଠାରେ ବହୁ ଗର୍ଭଧାରଣ ସମସ୍ୟା ରହିଥାଏ ।
– ବହୁ ଗର୍ଭ ଧାରଣର ଆଉ ଏକ ସମସ୍ୟା ହେଉଛି ଫର୍ଟିଲିଟି ମେଡିସିନ ବ୍ୟବହାର କରିବା । ଆଇଭିଏଫ ଚିକିତ୍ସା ବେଳେ ଡାକ୍ତର ବହୁ ସମୟରେ ୧ ରୁ ଅଧିକ ଫର୍ଟିଲାଇଜଡ ଏଗ୍ସ ମହିଳାଙ୍କ ଗର୍ଭାଶୟରେ ଛାଡୁଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ ।