ଭାରତର ୧୫ ସହରକୁ ପାକିସ୍ତାନର ଟାର୍ଗେଟ, ପାକିସ୍ତାନର ସବୁ ଡ୍ରୋନ ଓ ମିସାଇଲକୁ ଖସାଇଲା ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ

ପାକିସ୍ତାନ ଭାରତର ୧୫ଟି ପ୍ରମୁଖ ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ଚେଷ୍ଟାକୁ ବିଫଳ କରିଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ । ଅବନ୍ତୀପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥାଲା, ଜାଲନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡୀଗଡ଼, ନଲ, ଫଲୋଦୀ, ଉତ୍ତରଲାଇ ଏବଂ ଭୁଜକୁ ଡ୍ରୋନ୍ ଓ ମିସାଇଲ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଭାରତର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ବିଫଳ କରି ଦେଇଛି ।
ଭାରତୀୟ ଅଧିକାରୀଙ୍କ ଅନୁସାରେ, ପାକିସ୍ତାନ ସୈନ୍ୟ ଏସବୁ ସ୍ଥାନରେ ଥିବା ସୈନ୍ୟ ଠିକଣାଗୁଡ଼ିକୁ ଡ୍ରୋନ୍ ଓ ମିସାଇଲ ମାଧ୍ୟମରେ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । ପାକିସ୍ତାନର ଡ୍ରୋନ୍ ଓ ମିସାଇଲଗୁଡ଼ିକୁ ଭାରତର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ, ଯେଉଁଥିରେ S-400, ବରାକ-୮ ଏବଂ ଆକାଶ ମିସାଇଲ ସିଷ୍ଟମ ସାମିଲ ହୋଇ ସଫଳତାର ସହ ଖସାଇ ଦେଇଛି ।
ଏହି ସିଷ୍ଟମଗୁଡ଼ିକ ଅବନ୍ତୀପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ ଏବଂ ଅନ୍ୟାନ୍ୟ ସ୍ଥାନରେ ରହିଥିଲା । ପାକିସ୍ତାନ ଆଦମପୁର, ଭଟିଣ୍ଡା ଏବଂ ଚଣ୍ଡୀଗଡ଼ରେ ମଧ୍ୟ ସୈନ୍ୟ ଟାର୍ଗେଟକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସୁରକ୍ଷା ବ୍ୟବସ୍ଥା ଏହାକୁ ବିଫଳ କରି ଦେଇଛି ।
Also Read : ଅପରେସନ ସିନ୍ଦୂରରେ ଅତିକମରେ ୧୦୦ ଆତଙ୍କୀବାଦୀ ମରିଛନ୍ତି, ସର୍ବଦଳୀୟ ବୈଠକରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ