ପୁଣି ଅଧରାତିରେ LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ, ଜବାବ ଦେଲା ଭାରତୀୟ ସେନା

ପ୍ରକ୍ତି ଛାଡୁନି ପାକିସ୍ତାନ । ବାରମ୍ବାର ଭାରତୀୟ ସେନାକୁ ଉସୁକାଇବାକୁ ଚେଷ୍ଟା କରୁଛି । ପାକିସ୍ତାନୀ ସେନା ପୁଣି ଥରେ ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା (LoC)ରେ ଯୁଦ୍ଧବିରତି ଉଲ୍ଲଂଘନ କରିଛି । ଏକାଧିକ ପାକିସ୍ତାନୀ ପୋଷ୍ଟରୁ ଗୁଳିମାଡ଼ ହେଉଛି। ଗତକାଲି ରାତିସାରା ଏଲଓସିର ବାରମୁଲ୍ଲା, କୁପୱାରା, ପୁଞ୍ଚ ନୌସେରା ଓ ଅଖନୁର ସେକ୍ଟରରେ ବିଭିନ୍ନ ସ୍ଥାନରୁ ଗୁଳିମାଡ଼ ହେଉଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ହୋଇଛି ଏଲଓସି । ଗତ ୧-୨ ମଇ ୨୦୨୫ ରାତିରେ ପାକିସ୍ତାନୀ ସେନା କୁପୱାଡ଼ା, ବାରାମୁଲା, ପୁଂଛ, ନୌଶେରା ଓ ଅଖନୂର ଅଞ୍ଚଳରେ ଭାରତୀୟ ଚୌକିଗୁଡ଼ିକୁ ନିଶାନା କରି ଅନାବଶ୍ୟକ ଭାବେ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା ଆରମ୍ଭ କରିଥିଲା । ପାକିସ୍ତାନ ସେନାର ଘନଘନ ଗୁଳିମାଡ଼ କରୁଛି। ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ। ଭାରତୀୟ ଯବାନ ପାଲଟା ଗୁଳି ବର୍ଷା କରୁଛନ୍ତି ।
ଭାରତୀୟ ସେନାର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ପାକିସ୍ତାନୀ ସେନା ରାତିରେ ଗୁଳିଚାଳନା ଆରମ୍ଭ କରିଥିଲା । ଏହି ଗୁଳିଚାଳନା କୁପୱାଡ଼ା ଓ ପୁଂଛ ଜିଲ୍ଲା ସହିତ ଅନ୍ୟାନ୍ୟ ସୀମାନ୍ତ ଅଞ୍ଚଳରେ ଘଟିଥିଲା । ଭାରତୀୟ ସୈନ୍ୟମାନେ ସଂଯମର ସହ କିନ୍ତୁ ପ୍ରଭାବୀ ଢଙ୍ଗରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ଘଟଣାରେ ଭାରତୀୟ ପକ୍ଷରେ କୌଣସି କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ ପାକିସ୍ତାନୀ ସେନାର କିଛି ବେସ୍ କ୍ୟାମ୍ପ ଧ୍ୱଂସ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପରି ସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ସ୍ଥଳ ଓ ରିସୋର୍ଟ ବନ୍ଦ ନେଇ ଜମ୍ମୁ କଶ୍ମୀର ସରକାରଙ୍କ ନିଷ୍ପତ୍ତି ଦ୍ବାରା ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି ।
Also Read : ପ୍ରତିଶୋଧ ପାଇଁ ପ୍ରସ୍ତୁତି : ରାତିରେ ଗଙ୍ଗା ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ କଲା ବାୟୁ ସେନା ବିମାନ