କର୍ତ୍ତାରପୁର କରିଡ଼ରର ଉଦ୍‌ଘାଟନ ପାଇଁ ମୋଦି ନୁହେଁ, ମନମୋହନଙ୍କୁ ଡାକିଲା ପାକିସ୍ତାନ

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡ଼ରର ଉଦ୍‌ଘାଟନ ପାଇଁ ପାକିସ୍ତାନ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିଛି। ମାତ୍ର ଏହି କାର୍ଯ୍ୟକ୍ରମ ପାଇଁ ଏବେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ନିମନ୍ତ୍ରଣ କରାଯାଇନାହିଁ।

ସୋମବାର ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେସୀ ସୂଚନା ଦେଇ କହିଛନ୍ତି ଯେ ଆମେ କର୍ତ୍ତାରପୁର କରିଡରର ଉଦ୍‌ଘାଟନ କାର୍ଯ୍ୟକ୍ରମ ପାଇଁ ପୂର୍ବ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବାକୁ ଚାହିଁବୁ। ସେ ଶିଖ୍‌ ସମ୍ପ୍ରଦାୟର ମଧ୍ୟ ପ୍ରତିନିଧିତ୍ୱ କରନ୍ତି। ଏଣୁ ଆମେ ତାଙ୍କୁ ଔପଚାରିକତା ଦୃଷ୍ଟିରୁ ନିମନ୍ତ୍ରଣ ପଠାଇବୁ।

ଏହାସହ ପଢ଼ନ୍ତୁ: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଏହି ଖେଳାଳୀଙ୍କୁ ଉଚ୍ଚ ପ୍ରଶଂସା କଲେ ମୋଦି

ତେବେ ଏନେଇ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପଚାରିବାରୁ ସେ ଏହି ନିମନ୍ତ୍ରଣକୁ ସ୍ୱୀକାର କରିନଥିବା କହିଛନ୍ତି। ତେବେ ପାକିସ୍ତାନର ଏହି ନିମନ୍ତ୍ରଣ କରିବା ଘଟଣାକୁ କେତେକ ରାଜନୈତିକ ସମୀକ୍ଷକ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ସେମାନଙ୍କ କହିବାନୁସାରେ ଭାରତୀୟ ରାଜନୀତିରେ ଫାଟ ସୃଷ୍ଟି କରିବା ପାଇଁ ପାକିସ୍ତାନର ଏହା ଯୋଜନା ମଧ୍ୟ ହୋଇପାରେ।

Leave A Reply

Your email address will not be published.