ପହଲଗାମ ଆକ୍ରମଣ : ସେଲିବ୍ରେସନ କରୁଛି ପାକିସ୍ତାନ!

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ୍ ରେ ଆତଙ୍କୀ ହମଲାରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଯେଉଁଥିରେ ୨ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି । ଏହି ଆକ୍ରମଣ ଯୋଗୁଁ ସାରା ଦେଶବାସୀଙ୍କୁ ଏକ ଶକ୍ତ ଧକ୍କା ଲାଗିଛି । ଏହା ସହ ଦେଶରେ ଆକ୍ରୋଶ ଦେଖାଯାଉଛି । ଆଉ ଏଭଳି ଏକ ଦୁଃଖଦ ସମୟରେ ପାକିସ୍ତାନର ଦୂତାବାସ ଆଶ୍ଚର୍ଯ୍ୟ କରିବା ଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏଭଳି ଏକ ଦୁଃଖଦ ସମୟରେ ଦିଲ୍ଲୀର ପାକିସ୍ତାନ ହାଇକମିଶନରେ ନିୟୋଜିତ ଜଣେ କର୍ମଚାରୀ ଏକ କେକ୍ ଧରି ଭିତରକୁ ଯାଉଥିଲେ । ଏହି ସମୟରେ ଗଣମାଧ୍ୟମ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲା କିନ୍ତୁ ସେ କେଉଁ ଅବସରରେ କେକ୍ ଭିତରକୁ ନେଉଥିଲେ ସେ ବିଷୟରେ କିଛି କହି ନଥିଲେ ।
ତେବେ ପହଲଗାମ ଆକ୍ରମଣରେ ପାକିସ୍ତାନ ଖୁସି କି ନାହିଁ ସେ ବିଷୟରେ ପାକିସ୍ତାନ ଦୂତାବାସକୁ କେକ୍ ନେବା ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଛି । ଭାରତ-ପାକିସ୍ତାନ ସମ୍ପର୍କର ପ୍ରଭାବ ଦେଖିବାକୁ ମିଳିଛି । ଦିଲ୍ଲୀରେ ରହିଥିବା ପାକିସ୍ତାନୀ ଦୂତାବାସର ସୁରକ୍ଷା ମଧ୍ୟ ହ୍ରାସ କରାଯାଇଛି । ବର୍ତ୍ତମାନ ପାକିସ୍ତାନୀ ଦୂତାବାସ ବାହାରେ ନୀରବତା ରହିଛି । କୌଣସି ସୁରକ୍ଷା କର୍ମୀ ଦେଖାଯାଉନାହାଁନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ କ୍ୟାବିନେଟ ସୁରକ୍ଷା କମିଟିର ଏକ ଜରୁରୀକାଳୀନ ବୈଠକ ହୋଇଥିଲା । ଯେଉଁଥିରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବିଷୟରେ ସୂଚନା ଦିଆଯାଇଥିଲା।
ବୈଠକରେ କୁହାଗଲା ଯେ ଏହି ଆକ୍ରମଣ ପଛରେ ସୀମାପାର ଷଡ଼ଯନ୍ତ୍ର ରହିଛି । ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଥିଲା ଯେତେବେଳେ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା ଏବଂ ଅଞ୍ଚଳ ଅର୍ଥନୈତିକ ବିକାଶ ଆଡକୁ ଗତି କରୁଥିଲା । ଆକ୍ରମଣର ଗମ୍ଭୀରତାକୁ ବିଚାର କରି ଅନେକ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲା ଏବଂ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲା ।
ପହଲଗାମ ଆକ୍ରମଣ ପରେ ଭାରତ ନୂଆଦିଲ୍ଲୀରେ ପାକିସ୍ତାନ ଦୂତାବାସରେ ନିୟୋଜିତ ତିନି ସେନାର ପ୍ରତିରକ୍ଷା ପରାମର୍ଶଦାତାଙ୍କୁ ୭ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ଭାରତ, ଇସଲାମାବାଦରେ ନିୟୋଜିତ ସାମରିକ ପରାମର୍ଶଦାତାମାନଙ୍କୁ ମଧ୍ୟ ଫେରାଇ ଆଣିଛି । ଏହି ନିଷ୍ପତ୍ତି ପୂର୍ବରୁ ଉଭୟ ଦେଶର ଦୂତାବାସରେ ୫୫ ଜଣ କର୍ମଚାରୀ ଉପସ୍ଥିତ ଥିଲେ । ଏବେ ୩୦ ଜଣ ଅଛନ୍ତି । ପାକିସ୍ତାନ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି ।
Also read: ଆତଙ୍କବାଦୀଙ୍କୁ ମୋଦିଙ୍କ କଡା ଚେତାବନୀ, କଳ୍ପନା ଠାରୁ ବଡ଼ ଦଣ୍ଡ ମିଳିବ