ପାକିସ୍ତାନରେ ସାମ୍ବାଦିକ ଆପଣାଉଛନ୍ତି ମୋଦିଙ୍କ ନୀତି, ଚାକିରି ଯିବାରୁ ସଂସଦ ସାମ୍ନାରେ କରୁଛନ୍ତି ପକୁଡ଼ି ବିକ୍ରି, ଭିଡିଓ ହେଲା ଭାଇରାଲ

ଇସଲାମାବାଦ୍ : ପାକିସ୍ତାନରେ ଏବେ ସାମ୍ବାଦିକମାନଙ୍କୁ ସାମ୍ନା କରିବାକୁ ପଡ଼ୁଛି ଅନେକ ସମସ୍ୟା। କିଛି ସାମ୍ବାଦିକଙ୍କୁ ତାଙ୍କ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରାଯାଉଛି । ଏନେଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ତଥା ସାହାଯ୍ଯ ପାଇବା ପାଇଁ ପାକ୍ ସାମ୍ବାଦିକ ଆପଣାଇଛନ୍ତି ଏକ ଭିନ୍ନ ପନ୍ଥା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୀତି ଅନୁସରଣ କରିଛନ୍ତି । ସଂସଦ ସାମ୍ନାରେ ପକୁଡ଼ି ଛାଣିବା ଆରମ୍ଭ କରିଛନ୍ତି ପାକିସ୍ତାନ ସାମ୍ବାଦିକ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଛି ।

ମିଡିଆ ରିପୋର୍ଟ ମୁତାବକ, ପାକିସ୍ତାନରେ ଏବେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ଉପରେ ବହୁତ ଚାପ ପଡ଼ୁଛି। ଅନେକ ଲୋକଙ୍କୁ ଚାକିରିରୁ ବିଦା ମଧ୍ୟ କରାଯାଇଛି। ତେଣୁ କିଛି ସାମ୍ବାଦିକ ପାକିସ୍ତାନ ସଂସଦ ବାହାରେ ନିଜର ପକୁଡ଼ି ଦୋକାନ ଲାଗାଇ କରୁଛନ୍ତି ଏହାର ପ୍ରତିବାଦ। ଏମାନେ ଦେଶରେ ହେଉଥିବା ମିଡିଆକର୍ମୀଙ୍କୁ ଆକ୍ରମଣ ବିଷୟରେ ମଧ୍ୟ ନିଜର ଚିନ୍ତା ଦର୍ଶାଇଛନ୍ତି। ଗତ ମଙ୍ଗଳବାର ଜଣେ ବରିଷ୍ଠ ସ୍ଥାନୀୟ ପତ୍ରକାର ସହ ଅନ୍ୟ ତିନି ଜଣ ବ୍ଯକ୍ତିଙ୍କୁ ଗୁଳି କରି ହତ୍ଯା କରାଯାଇଥିଲା। ଯାହା ଫଳରେ ସେଠାରେ ସାମ୍ବାଦିକଙ୍କ ଜୀବନ ବିପଦରେ ପଡ଼ିଯାଇଛି।

https://www.facebook.com/zebkatani/videos/10214463655803505/

ସୂଚନା ମୁତାବକ, ପାକିସ୍ତାନରେ ଇମରାନ ଖାନ ନିର୍ବାଚନରେ ଜିତିବା ପରେ ମିଡିଆ ସଂସ୍ଥା ଗୁଡ଼ିକ ଉପରେ ଚାପ ବଢ଼ିବାରେ ଲାଗିଛି । ଏପରିକି ଦେଶର କିଛି ସ୍ଥାନରେ କିଛି ଚ୍ଯାନେଲର ପ୍ରସାରଣ ବନ୍ଦ ମଧ୍ୟ କରାଯାଇଛି। ଯାହା ଫଳରେ ସାମ୍ବାଦିକମାନେ ଚାକିରି ହରାଉଛନ୍ତି । ଏଣୁ ଶେଷକୁ ସେମାନେ ସରକାରଙ୍କ ସାହାଯ୍ଯ ଲୋଡ଼ିବା ସହ ଏହି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି।