ଜମ୍ମୁ କଶ୍ମୀର : LOC ନିକଟରୁ ପାକିସ୍ତାନୀ ନାଗରିକକୁ ଗିରଫ କଲା ସେନା, ଯାଞ୍ଚ ଜାରି

ଜମ୍ମୁ କଶ୍ମୀର ପୁଞ୍ଛ ସେକ୍ଟରରେ ଏଲଓସି ନିକଟରେ ଜଣେ ପାକିସ୍ତାନୀ ନାଗରିକକୁ ଗିରଫ କରିଛି ସେନା । ପାକିସ୍ତାନୀଙ୍କୁ ପଚରାଉଚରା କରୁଛି ସେନା । ବିଏସଏଫ ଯବାନ ନାଗରିକକୁ ଅଟକ ରଖିଛନ୍ତି । କିଛିଦିନ ତଳେ ପଞ୍ଜାବ ନିକଟରେ ଜଣେ ଯବାନ ପାକିସ୍ତାନୀ ସୀମାକୁ ଭୁଲଃବଶତ ଚାଲିଯାଇଥିବା ବେଳେ ପାକିସ୍ତାନୀ ରେଞ୍ଜର୍ସ ତାଙ୍କୁ ଗିରଫ କରି ରଖିଛନ୍ତି ।

ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରୁଛି । ଗତକାଲି ରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଆରପାରିରେ ଥିବା ପୋଷ୍ଟରୁ ଗୁଳି ଚଳାଇଥିଲା । ୫-୬ ମଇ ୨୦୨୫ ରାତିରେ, ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀରର କୁପୱାଡା, ବାରାମୁଲ୍ଲା, ପୁଞ୍ଛ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବାନି ଏବଂ ଅଖନୁର ଆଖପାଖ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ପୋଷ୍ଟରୁ ବିନା କାରଣରେ ଗୁଳିଚାଳନା କରିଥିଲା । ଭାରତୀୟ ସେନା ମଧ୍ୟ ପାକିସ୍ତାନୀ ସେନାକୁ ଉଚିତ ଜବାବ ଦେଇଥିଲା ।

ପୂର୍ବରୁ, ଜମ୍ମୁ-କାଶ୍ମୀରର ବଡଗାମ ଜିଲ୍ଲାରେ ଦୁଇ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ସହିତ ଗିରଫ କରାଯାଇଥିବା ଖବର ପ୍ରକାଶ ପାଇଥିଲା ।

ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ । ଶ୍ରୀନଗର ଉପକଣ୍ଠରେ ଥିବା ବୁଚପୋରା ସହରରେ ଏକ ନାକା ଚେକିଂ ଅପରେସନ୍ ସମୟରେ ଆତଙ୍କବାଦୀ ସହଯୋଗୀମାନଙ୍କୁ ଗିରଫ କରାଯାଇଥିଲା । ସୁରକ୍ଷା ବାହିନୀ ତାଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଗ୍ରେନେଡ ଏବଂ ୧୫ଟି ଜୀବନ୍ତ ଜବତ କରିଛି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡରେ ରହିଛି । ଭାରତର ଏହି ମନୋଭାବ ଦେଖି ପାକିସ୍ତାନ ଭୟଭୀତ ହୋଇ ଏଲଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ରହିଛି ଏଲଓସି ।

Also Read : ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି, ଭାରତୀୟ ଯବାନଙ୍କ ପାଲଟା ଗୁଳି ବର୍ଷା