୪୮ ଘଣ୍ଟାରେ ଭାରତ ଛାଡିବେ ପାକ୍ ନାଗରିକ, ଏପ୍ରିଲ ୨୭ରୁ ଭିସା ହେବ ବାତିଲ

ସରୁଛି ଡେଡଲାଇନ। ଭାରତରୁ ବିଦା ହେବେ ପାକିସ୍ତାନୀ । ଓଡ଼ିଶାରେ ବିଦା ହେବେ ୧୨ ପାକିସ୍ତାନୀ ନାଗରିକ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ । ସେମାନଙ୍କୁ ଭାରତ ଛାଡ଼ି ଯିବାକୁ ନୋଟିସ୍ ଦିଆଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜିପି ୱାଇ.ବି ଖୁରାନିଆ । ଏହା ପୂର୍ବରୁ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
କହିଥିଲେ, ରାଜ୍ୟରେ ରହୁଥିବା ପାକିସ୍ତାନୀଙ୍କୁ ତୁରନ୍ତ ଚିହ୍ନଟ କର। ଚିହ୍ନଟ କରି ସେମାନଙ୍କୁ ବିଦା କରିବା ପାଇଁ ଅମିତ ଶାହ କହିଛନ୍ତି । ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ରହିଛି । ୨୨ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକରେ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଭାରତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକ ୨୭ ତାରିଖ ସୁଦ୍ଧା ଭାରତ ଛାଡ଼ିବେ । ସେହିପରି ମେଡିକାଲ ଭିସାରେ ଥିବା ପାକିସ୍ତାନୀଙ୍କୁ ୨୯ ତାରିଖ ପର୍ଯ୍ୟନ୍ତ ଭାରତରେ ରହିପାରିବେ ।
ଆହୁରି ପଢ଼ନ୍ତୁ : ଏବେ ବୁଝାମଣାର ସମୟ ନୁହେଁ, ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ତେଲଙ୍ଗାନା…