ପୁଣି ଥରିଲା ପାକିସ୍ତାନ, ଲାହୋରରେ ଥିବା ଏୟାର ଡିଫେନ୍ସ ସିଷ୍ଟମକୁ ଉଡ଼ାଇଲା ଭାରତ

ଭାରତର ‘ଅପରେସନ ସିନ୍ଦୂର’ରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ପାକିସ୍ତାନ ଲାହୋରରେ ଥିବା HQ-9 ମିସାଇଲ ସିଷ୍ଟମକୁ ଧ୍ବଂସ କରିଛି ଭାରତ । ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଯେଉଁଥିରେ ପାକିସ୍ତାନରେ ଲାଗିଥିବା ଚୀନ୍ ନିର୍ମିତ ଡିଫେନ୍ସ ସିଷ୍ଟମ୍‌କୁ ନଷ୍ଟ କରାଯାଇଛି ।

ଲାହୋର ଠାରୁ ଆରମ୍ଭ କରି କରାଚୀ ପର୍ଯ୍ୟନ୍ତ ସବୁ ସହରରେ ଡ୍ରୋନ୍ ଆକ୍ରମଣ ହୋଇଛି । ଦେଶର ପ୍ରମୁଖ ସହର ଲାହୋର, କରାଚୀ, ରାୱଲପିଣ୍ଡିରେ ୩ଟି ବଡ ଡ୍ରୋନ୍ ଆକ୍ରମଣ ହୋଇଥିବା ରିପୋର୍ଟ ମିଳିଛି । ଏହି ଆକ୍ରମଣରେ ମୋଟ ୨୫ଟି ଡ୍ରୋନ୍ ବିସ୍ଫୋରଣ ଘଟାଇଥିବା ଜଣାପଡ଼ିଛି ।

Also Read : ଭାରତର ୧୫ ସହରକୁ ପାକିସ୍ତାନର ଟାର୍ଗେଟ, ପାକିସ୍ତାନର ସବୁ ଡ୍ରୋନ ଓ ମିସାଇଲକୁ ଖସାଇଲା ଅତ୍ୟାଧୁନିକ ଏୟାର ଡିଫେନ୍ସ…