ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ପାକିସ୍ତାନର ଉଦ୍ୟମ ଫେଲ୍, ଜାତିସଂଘ ସୁରକ୍ଷା ପରିଷଦକୁ ଦେଇ ପାରିଲା ନାହିଁ କୌଣସି ପ୍ରମାଣ

ନୂଆଦିଲ୍ଲୀ: ଭାରତୀୟଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ପାକିସ୍ତାନର ଉଦ୍ୟମ ଫେଲ୍। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ଉଦ୍ୟମକୁ ଅଗ୍ରାହ୍ୟ କରି ଦେଇଛି । ଅଙ୍ଗାରା ଆପ୍ପାଜୀ ଓ ଗୋବିନ୍ଦ ପଟ୍ଟନାୟକଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଉଦ୍ୟମ କରିଥିଲା ପାକିସ୍ତାନ ।

ଏମାନେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ପାକ ଅଭିଯୋଗ କରିଥିଲା। ତେବେ ଏହି ଦୁଇ ଭାରତୀୟ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ପାକିସ୍ତାନକୁ ପ୍ରମାଣ ମଗାଯାଇଥିଲା । ପ୍ରମାଣ ଦେଇ ନପାରିବାରୁ ଅଗ୍ରାହ୍ୟ ହୋଇଥିଲା । ଜାତିସଂଘ ସୁରକ୍ଷା ପରିଷଦରେ ଫ୍ରାନ୍ସ, ଆମେରିକା, ବ୍ରିଟେନ୍‌, ଜର୍ମାନୀ ଓ ବେଲଜିୟମ ପାକସ୍ତାନର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.