ଦିଲ୍ଲୀକୁ ଟାର୍ଗେଟ କଲା ପାକିସ୍ତାନର ଫତେହ-୧ ମିସାଇଲ୍, ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କଲା ଭାରତ

ପାକିସ୍ତାନର ଫତେହ-୧ମିସାଇଲ ଆଟାକ ଉଦ୍ୟମ ପଣ୍ଡ । ଗତକାଲ ରାତିରେ ଦିଲ୍ଲୀକୁ ଟାର୍ଗେଟ କରି ପାକିସ୍ତାନ ଫତାହ-ଟୁ ମିସାଇଲ ମାଡ଼ କରିଥିଲା । ହେଲେ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିଦେଇଛି । ଫତାହ-୧ ହେଉଛି ଦୂରଗାମୀ ମିସାଇଲ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧୨୦ କିଲୋମିଟର । ପଞ୍ଜାବର ସିର୍ସାରେ ଫତାହ-ଟୁ ମିସାଇଲକୁ ଧ୍ବଂସ କରିଦିଆଯାଇଥିବା ସୂଚନା ମିଳିଛି । ତେବେ ପାକିସ୍ତାନର ଫତାହ ୧ ଆଟାକ ନେଇ ଭାରତୀୟ ସେନା ପକ୍ଷରୁ କିଛି କୁହାଯାନାହିଁ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି ।  ଦେଶର ପ୍ରମୁଖ ସହରକୁ ହାଇଆଲର୍ଟରେ ଅଛି ।

ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନ ତାର ଆକାଶପଥକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।  ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣକୁ ନିଷିଦ୍ଧ କରାଯାଇଛି । ରାୱଲପିଣ୍ଡି ଏବଂ ରଫିକି ବାୟୁସେନା ଘାଟିରେ ବିସ୍ଫୋରଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ସେନା ପାକିସ୍ତାନ ଦ୍ୱାରା କରାଯାଉଥିବା ଆକ୍ରମଣର ଉଚିତ ଜବାବ ଦେଉଛି ।  ଏହି ସାମରିକ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ଜାରି ରହିଛି, ଯାହା ଯୋଗୁଁ ସୀମାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତର ଚାରୋଟି ରାଜ୍ୟର ୨୬ଟି ସହରରେରେ ପାକିସ୍ତାନ ଶହ ଶହ ଡ୍ରୋନ୍ ଆକ୍ରମଣ କରିବା ପରେ, ସୁରକ୍ଷା କାରଣରୁ ଦେଶର ୩୨ଟି ବିମାନବନ୍ଦରରେ କାର୍ଯ୍ୟକୁ ମେ ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

 

ଆହୁରି ପଢ଼ନ୍ତୁ :  ପାକିସ୍ତାନରରେ ଭାରତର ପ୍ରଚଣ୍ଡ ଆଟାକ, ବିସ୍ଫୋରଣରେ ଉଡ଼ିଲା ପାକ୍ ର ୩ ଏୟାରବେସ