ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ, କୋର୍ଟ ରୁମ୍‌ରୁ ହିଁ ଗିରଫ କଲା ପାକ୍‌ ରେଞ୍ଜର୍ସ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ। ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟ ବାହାରୁ ପାକିସ୍ତାନୀ ରେଞ୍ଜର୍ସ ମଙ୍ଗଳବାର ଗିରଫ କରିନେଇଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ। ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟ ବାହାରୁ ପାକିସ୍ତାନୀ ରେଞ୍ଜର୍ସ ମଙ୍ଗଳବାର ଗିରଫ କରିନେଇଛି।

ଇମ୍ରାନ ଖାନଙ୍କ ପାର୍ଟି ‘ପିଟିଆଇ’ର ନେତା ମୁସର୍ରତ ଚୀମା ଟ୍ଵିଟ୍‌ କରି ଦାବି କରିଛନ୍ତି ଯେ ସେମାନେ ଇମ୍ରାନ ଖାନଙ୍କୁ ନିର୍ଯାତନା ଦେଉଛନ୍ତି ଏବଂ ତାଙ୍କୁ ଖୁବ୍‌ ପିଟୁଛନ୍ତି।

ପିଟିଆଇ ଯେଉଁ ଭିଡିଓ ଟ୍ଵିଟ୍‌ କରିଛି, ସେଥିରେ ଇମ୍ରାନ ଖାନଙ୍କ ଓକିଲ ଆହତ ନଜର ଆସୁଛନ୍ତି। ସେହିପରି ଓକିଲ ଦାବି କରୁଛନ୍ତି କି, ଇମ୍ରାନ ଖାନ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଇମ୍ରାନଙ୍କୁ ଅଲ୍‌-କାଦିର୍‌ ଟ୍ରଷ୍ଟ୍‍ ମାମଲାରେ ଗିରଫ କରାଯାଇଛି।

ତେବେ ଇମ୍ରାନଙ୍କ ଗିରଫଦାରୀ ଏମିତି ସମୟରେ ହୋଇଛି, ଯେତେବେଳେ ନିକଟରେ ସେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIର ଅଧିକାରୀ ମେଜର ଜେନେରାଲ ଫ୍ୟାସଲ ନସିରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ।

ଇମ୍ରାନ ଅଭିଯୋଗ କରିଥିଲେ କି, ମେଜର ଜେନେରାଲ ଫ୍ୟାସଲ ନସିର ତାଙ୍କୁ ହତ୍ୟା କରାଇବାକୁ ଚେଷ୍ଟା କରୁଛନ୍ତି। ଇମ୍ରାନଙ୍କର ଏହି ବୟାନ ପାଇଁ ପାକିସ୍ତାନ ସେନା ମଧ୍ୟ ତାଙ୍କୁ ତାଗିଦ କରିଥିଲା।