” ଆମେରିକା ସହ ପାକିସ୍ତାନର କିଭଳି ସମ୍ପର୍କ ରହିବ ତାହା ତାଲିବାନ ଉପରେ ନିର୍ଭର କରେ “

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକାର ଚେତାବନୀ। ଆଗକୁ ପାକିସ୍ତାନ ସହ ଆମେରିକାର କିପରି ସମ୍ପର୍କ ରହିବ, ତାହା ତାଲିବାନ ସହ ପାକିସ୍ତାନର ସମ୍ପର୍କ ଉପରେ ନିର୍ଭର କରୁଛି । ଆଗାମୀ ସପ୍ତାହରେ ପାକିସ୍ତାନ ସହ ସମ୍ପର୍କ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆମେରିକା ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନ । ତାଲିବାନୀ ଆତଙ୍କାବଦୀଙ୍କୁ ପ୍ରୋତ୍ସାହନ ଦେଇଛି ପାକିସ୍ତାନ। ତାଲିବାନ ଓ ହକ୍କାନି ନେଟଓ୍ଵାର୍କର ଆତଙ୍କାବଦୀଙ୍କୁ ଶରଣ ଦେଇଛି ପାକିସ୍ତାନ।

ପାକିସ୍ତାନ ଦୋମୁହାଁ ନୀତି ଆପଣାଉଛି। ଗୋଟିଏ ପଟେ ତାଲିବାନକୁ ସମର୍ଥନ କରୁଛି। ଅନ୍ୟପଟେ ଆତଙ୍କବାଦୀଙ୍କ ବିରୋଧୀ ଅଭିଯାନରେ ଆମକୁ ସାହାଯ୍ୟ କରୁଛି ବୋଲି କହିଛନ୍ତି ବ୍ଲିଙ୍କେନ। ଅନ୍ୟପଟେ ଆଫଗାନ ମାମଲାରେ ଭାରତର ଭୂମିକାକୁ ପ୍ରଶଂସା କରିଛନ୍ତି ବ୍ଲିଙ୍କେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.