କନଷ୍ଟେବଳ ନିଯୁକ୍ତି ଫିଜିକାଲ ଟେଷ୍ଟ ବେଳେ ୨୫ ପରୀକ୍ଷାର୍ଥୀ ବେହୋସ, ୩ ମୃତ

ଝାଡ଼ଖଣ୍ଡର ପଲାମୁରେ କନଷ୍ଟେବଳ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ ବେଳେ ଅଘଟଣ ଘଟିଛି । ପରୀକ୍ଷା ବେଳେ ୨୫ ପରିକ୍ଷାର୍ଥୀ ବେହୋସ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ୨୫ ବର୍ଷୀୟ ଯୁବକ ଓ ଜଣେ ୨୦ ବର୍ଷୀୟ ଯୁବକ ବୋଲି ଜଣା ପଡିଛି । ଅତ୍ୟଧିକ ପରିଶ୍ରମ ଯୋଗୁ ତାଙ୍କର ଏପରି ଅବସ୍ଥା ହୋଇଥିଲା ବୋଲି କୁହାଯାଉଛି । ବେହୋସ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପଲାମୁ ଜିଲ୍ଲାରେ ଅବକାରୀ ବିଭାଗର କନଷ୍ଟେବଳ ନିଯୁକ୍ତି ପାଇଁ ଚାଲିଛି ପରୀକ୍ଷା । ଏହି ପରୀକ୍ଷା ଆସନ୍ତା ୯ ତାରିଖ ଯାଏ ଚାଲିବ । ପରୀକ୍ଷା ବେଳେ ୨୫ ପରିକ୍ଷାର୍ଥୀ ବେହୋସ ହୋଇଥିଲେ । ବେହୋସ ହୋଇ ପଡ଼ିଥିବା ପରିକ୍ଷାର୍ଥୀଙ୍କୁ ପ୍ରଥମେ ମୋଦିନିରାୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ଘଟିଛି ।

ତେବେ କନଷ୍ଟେବଳ ନିଯୁକ୍ତି ହୋଇଥିବା ପରୀକ୍ଷାରେ ଫିଜିକାଲ ଟେଷ୍ଟ ପରୀକ୍ଷାରେ ଏଯାବତ ୧୦୦ ଜଣ ବେହୋସ ହୋଇ ସାରିଲେଣି । ସମସ୍ତଙ୍କ ମୃତ୍ୟୁ ଶ୍ଵାସରୁଦ୍ଧ ଯୋଗୁ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସକାଳ ୯ଟାରେ ଆରମ୍ଭ ହେଉଥିବା କନଷ୍ଟେବଳ ନିଯୁକ୍ତିର ଫିଜିକାଲ ଟେଷ୍ଟକୁ ଭୋର ୪ଟା ୩୦ରେ କରାଯାଉଥିବା ନେଇ ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.