ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଏବଂ ଜେପି ନଡ୍ଡା
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ୯୨ ବର୍ଷ ବୟସରେ ହୋଇଛି । ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ତାଙ୍କ ପରଲୋକ ହୋଇଛି । ତାଙ୍କ ପାର୍ଥିବ ଶରୀର ଦିଲ୍ଲୀର ମୋତିଲାଲ ନେହରୁ ରୋଡ ସ୍ଥିତ ଆବାସରେ ରଖାଯାଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ବିଜେପି, କଂଗ୍ରେସ ଏବଂ ଅନ୍ୟ ପାର୍ଟିର ରାଜନେତା ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଆସନ୍ତାକାଲି ରାଜକୀୟ ସମ୍ମାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।
ତେବେ ମନମୋହନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାଛଡା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା ମଧ୍ୟ ପହଞ୍ଚିଛନ୍ତି । ବିଜେପିର ଅନେକ ବରିଷ୍ଠ ନେତା ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
#WATCH | Delhi | PM Narendra Modi pays last respects to late former PM Dr Manmohan Singh and offers condolences to his family pic.twitter.com/7vn1PB1Xdj
— ANI (@ANI) December 27, 2024
ଆସନ୍ତାକାଲି ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ କଂଗ୍ରେସର ମୁଖ୍ୟାଳୟକୁ ନିଆଯିବ । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ଅନ୍ତିମ ସଂସ୍କାର ରାଜଘାଟ ପାଖରେ ହେବ ।
ଦିଲ୍ଲୀ ଏମ୍ସରେ ପରଲୋକ ପରେ ମର ଶରୀରକୁ ତାଙ୍କ ବାସଭାବନକୁ ଅଣାଯାଇଛି । ଉଦାରୀକରଣ ଅର୍ଥନୀତିର ବିନ୍ଧାଣୀ ମନମୋହନ ସିଂହ ଦୁଇ ଥର ପ୍ରଧାନମନ୍ତ୍ରୀ ଥିଲେ । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଧରି ୟୁପିଏ ସରକାର ଅମଳରେ ସେ ପ୍ରଧାନମନ୍ତ୍ରୀ ଥିଲେ । ୧୯୯୮ରୁ ୨୦୦୪ ଯାଏ ଶ୍ରୀ ମହମୋହନ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ । ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ । ୧୯୯୧ ଅର୍ଥନୀତି ସଂସ୍କାରର ସେ ଥିଲେ ସ୍ଥପତି । ଭାରତୀୟ ଅର୍ଥନୀତିରେ ସେ ଛାପ ଛାଡ଼ି ଯାଇଛନ୍ତି । ଡକ୍ଟର ମନମୋହନ ସିଂହ କେବଳ ଦେଶର ପ୍ରଧାନମନ୍ତ୍ରୀ ନଥିଲେ । ସେ ବହୁ ସରକାରୀ ପଦ ପଦବୀରେ ରହି କାର୍ଯ୍ୟ କରିଥିଲେ । ଚିଫ୍ ଇକୋନୋମିକ୍ ଆଡଭାଇଜର ଥିଲେ ମନମୋହନ । ଆରବିଆଇ ଗଭର୍ଣ୍ଣର ଥିଲେ । ପ୍ଲାନିଂ କମିଶନ ମୁଖ୍ୟ ଥିଲେ ମନମୋହନ ସିଂହ ।