ପଞ୍ଚାୟତ ଇଲେକ୍ସନରେ ହାରିଗଲେ ପ୍ରାର୍ଥୀ ତ ଭୋଟର୍ସଙ୍କୁ କହିଲେ “ପଇସା ଫେରାଅ”, ଭାଇରଲ ହେଉଛି ଭିଡିଓ

ସାଧାରଣତଃ ପଂଚାୟତ ଇଲେକ୍ସନରେ ଅନେକ ପ୍ରାର୍ଥୀ ଟଙ୍କା ପାଇଁ ତଳିତଳାନ୍ତ ହେବା କିମ୍ବା ନିଜର ହାରକୁ ସହ୍ୟ କରିପାରୁନଥିବାର ଅନେକ ଉଦାହରଣ ଆପଣ ଦେଖିଥିବେ । ତେବେ ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ବରି ଜିଲ୍ଲାରେ । ଏଠାକାର ପଂଚାୟତ ଇଲେକ୍ସନର ତୃତୀୟ ସୋପାନରେ ନିଜର ହାରକୁ ବରଦାସ୍ତ କରିନପାରି ଜଣେ ପ୍ରାର୍ଥୀ ମତଦାତାଙ୍କ ନିକଟରେ ପହଞ୍ଚି ମତଦାନ ପୂର୍ବରୁ ବଣ୍ଟା ଯାଇଥିବା ଟଙ୍କା ମାଗିଛନ୍ତି । ନିଜର ସମର୍ଥକଙ୍କ ସହିତ ଭୋଟର୍ସଙ୍କ ପାଖରେ ପହଂଚି ଟଙ୍କା ମାଗୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ ଘଟଣାଟି ଘଟିଛି ଚ୍ଛାବଡ଼ା ପଞ୍ଚାୟତ ସମିତିର ଖୋପର ଗ୍ରାମପଞ୍ଚାୟତରେ ।ଏଠାରେ ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀ ମତଦାତାଙ୍କୁ ଲୋଭାଇବା ପାଇଁ ଇଲେକ୍ସନ ପୂର୍ବରୁ ଟଙ୍କା ବାଣ୍ଟିଥିଲେ । ତେବେ ଏହିସବୁ କଥା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ଇଲେକ୍ସନରେ ହାରି ଯାଇ ପ୍ରାର୍ଥୀ ନିଜ ଟଙ୍କା ଲୋକମାନକୁ ଫେରାଇ ଦେବାକୁ କହିଥିଲେ । କିଛି ମତଦାତା ତାଙ୍କ ଟଙ୍କା ଫେରାଇ ମଧ୍ୟ ଦେଇଥିଲେ କିନ୍ତୁ ଏହି ସମୟରେ କେହି ଏହାର ଭିଡିଓ ବନାଇ ଦେଇଥିଲେ । ଯାହାକି ପରେ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଥିଲା । ତେବେ ଏହି ଭିଡିଓରେ ଟଙ୍କା ଲେଣଦେଣ ସଫା ସଫା ଦେଖିବାକୁ ମିଳିଛି ।

Image result for baran-panchayat-election-sarpanch-candidate-arrived-to-collect-money-from-voters-before-the-voting-the-money-was-distributed"

ସୂଚନା ଅନୁଯାୟୀ ଏହି ପଂଚାୟତରେ ସରପଞ୍ଚ ପଦ ପାଇଁ ସମୁଦାୟ ୬ ଜଣ ପାର୍ଥି ଠିଆ ହୋଇଥିଲେ । ଗତ ମାସରେ ତିନୋଟି ସୋପାନ ହୋଇ ମତଦାନ ହୋଇଥିଲା । ତେବେ ମତଦାନ ସମୟରେ ଅନେକ ସ୍ଥାନରେ ହିଂସା ଓ ବିବାଦ ଦେଖିବାକୁ ମିଳିଥିଲା ।

You might also like