ବିଦେଶ ଗସ୍ତରେ ମୋଦୀ, ପାପୁଆ ନ୍ୟୁଗିନି ପ୍ରଧାନମନ୍ତ୍ରୀ ସ୍ୱାଗତ ବେଳେ ମୋଦୀଙ୍କ ପାଦ ଛୁଇଁଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାପୁଆ ନ୍ୟୁଗିନି ରେ ପହଞ୍ଚିବା ପରେ ତାଙ୍କୁ ଦେଶର ପ୍ରଧାନମନ୍ତୀ ଭବ୍ୟ ସ୍ୱାଗତ କରିଛନ୍ତି । ପ୍ରଥମେ ମୋଦୀ ତାଙ୍କୁ ଆଲିଂଗନ କରିବା ପରେ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମସ୍ ମାରପେ ମୋଦୀଙ୍କ ପାଦ ଛୁଇଁ ଆଶିର୍ବାଦ ନେବା ଦେଖାଯାଇଥିଲା ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାପୁଆ ନ୍ୟୁଗିନି ରେ ପହଞ୍ଚିବା ପରେ ତାଙ୍କୁ ଦେଶର ପ୍ରଧାନମନ୍ତୀ ଭବ୍ୟ ସ୍ୱାଗତ କରିଛନ୍ତି । ପ୍ରଥମେ ମୋଦୀ ତାଙ୍କୁ ଆଲିଂଗନ କରିବା ପରେ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମସ୍ ମାରପେ ମୋଦୀଙ୍କ ପାଦ ଛୁଇଁ ଆଶିର୍ବାଦ ନେବା ଦେଖାଯାଇଥିଲା ।
ମୋଦୀ ଇଣ୍ଡିଆ-ପାସିଫିକ ଆଇଲାଣ୍ଡ କୋପରେସନ (FIPIC) ସମ୍ମିଳନୀରେ ଯୋଗ ଦେବା ପାଇଁ ପାପୁଆ ନ୍ୟୁଗିନିରେ ପହଞ୍ଚିଛନ୍ତି । ପାସିଫିକ ଆଇଲାଣ୍ଡ ରାଷ୍ଟ୍ରକୁ ଯିବାରେ ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ।
ଦେଶର ନିୟମ ଅନୁଯାୟୀ ସୂର୍ଯ୍ୟାସ୍ତ ପରେ କୌଣସି ବ୍ୟକ୍ତିଙ୍କ ସ୍ୱାଗତ ଉତ୍ସବ କରାଯାଇ ନଥାଏ । ହେଲେ ପ୍ରଥମ ଥର ପାଇଁ ମୋଦୀ ରାତି ୧୦ ଟା ପରେ ପହଞ୍ଚିବା ପରେ ତାଙ୍କର ସ୍ୱାଗତ ସତ୍କାର କରାଯାଇଥିଲା ।
ପାପୁଆ ନ୍ୟୁଗିନିରେ ପହଞ୍ଚିବା ପରେ ମୋଦୀ କହିଥିଲେ ‘ମୁଁ ଜେମସ ମାରପେଙ୍କ ପାଖରେ କୃତଜ୍ଞ ଯେ ସେ ଏୟାରପୋର୍ଟ ଆସି ମୋତେ ସ୍ୱତନ୍ତ୍ର ସମ୍ମାନରେ ସ୍ୱାଗତ କରିଥିଲେ । ଏହି ଦେଶ ସହ ଭଲ ସମ୍ପର୍କ ବଜାଇ ରହିବ ବୋଲି ମୋଦି ତାଙ୍କ ଟ୍ଵିଟରେ କହିଛନ୍ତି ।
Reached Papua New Guinea. I am thankful to PM James Marape for coming to the airport and welcoming me. This is a very special gesture which I will always remember. I look forward to boosting India’s ties with this great nation during my visit. pic.twitter.com/9pBzWQ6ANT
— Narendra Modi (@narendramodi) May 21, 2023
ଜାପାନରେ ଜି୭ ସମ୍ମିଳନୀରେ ଯୋଗଦେବାପରେ ସେଠାରୁ ମୋଦୀ ପାପୁଆ ନ୍ୟୁଗିନି ଗସ୍ତରେ ଯାଇଥିଲେ । ସୋମବାର ମୋଦୀ ଓ ଜେମସ ମାରପେ FIPIC ର ସମ୍ମିଳନୀରେ ଅତିଥି ହେବେ ।