ମୋ ଛୁଆ ଯେତେ କାନ୍ଦିଥିଲେ ସୁଦ୍ଧା ତାକୁ ଖାଇବାକୁ ଦେଇନଥିଲେ, ଏୟାରଲାଇନ୍ସ ବିରୋଧରେ ଏମିତି କିଛି ଅଭିଯୋଗ ଆଣିଲେ ଜଣେ ବାପା

ଜଣେ ଇଣ୍ଡିଗୋ ପ୍ୟାସେଞ୍ଜର ନିକଟରେ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ ସେ ନିଜ ପରିବାର ସହିତ ଯାତ୍ରା କରୁଥିବା ସମୟରେ ଏୟାରଲାଇନ୍ସର ଜଣେ କ୍ରିୟୁ କର୍ମଚାରୀ ତାଙ୍କ ୬ ବର୍ଷ ଛୁଆକୁ ଖାଇବାକୁ ଦେବାକୁ ମନାକରିଦେଲେ । ସେମାନେ କର୍ପୋରେଟ କ୍ଲାଏଣ୍ଟ ମାନଙ୍କୁ ସର୍ଭିସ ଯୋଗାଇ ଦେବା ପାଇଁ ସେମାନେ ପୁଅକୁ ଖାଇବାକୁ ଦେବାକୁ ମନା କରିଦେଇଥିବା କହିଛନ୍ତି । ପିଲାଟି ଭୋକରେ ଦୀର୍ଘ ସମୟ ଧରି କାନ୍ଦୁଥିଲେ ମଧ୍ୟ ସେ ଖାଇବାକୁ ଦେଇନଥିଲେ । ନିଜର କ୍ଷୋଭ ପ୍ରକାଶ କରି ସେହି Dr. OBGYN ନାମକ ସେହି ଯାତ୍ରୀ ଜଣଙ୍କ ଟ୍ୱିଟ କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତିଯେ, ” ଇଣ୍ଡିଗୋ ଏୟାରଲାଇନ୍ସରେ ଏହି ଯାତ୍ରା ଖୁବ ମନ ମୁଗ୍ଧକର ଥିଲା: “ମୋ ୬ ବର୍ଷର ଛୁଆ ଭୋକିଲା ଅଛି ୬ ଯାହା ବି ଅଛି ଖାଇବାକୁ ଦିଅନ୍ତୁ । କିନ୍ତୁ ସେହି ଫ୍ଲାଇଟରେ ଉପସ୍ଥିତ ଥିବା କ୍ରିୟୁ ମେମ୍ବର ମାନେ ମୋ ଛୋଟ ଛୁଆ ଟିକୁ ଖାଇବାକୁ ଦେବାକୁ ମନା କରିଦେଇଥିଲେ । ତାଙ୍କୁ ଯେତେ କାକୁତି ମିନତୀ ହୋଇଥିଲେ ସୁଦ୍ଧା ସେମାନେ ଖାଇବାକୁ ଦେଇନଥିଲେ ।”

ସେ ଏହା ବି କହିଛନ୍ତିଯେ ଖାଦ୍ୟ ଟିକେ ପାଇଁ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ସେମାନେ କିଛି ବି ଶୁଣିନଥିଲେକି ଖାଈବାକୁ କିଛି ବି ଦେଇନଥିଲେ । ପୁରା ଯାତ୍ରାରେ ମୋ ଝିଅ ଭୋକରେ ଛଟପଟ ହେଇ କାନ୍ଦିଥିଲେ ସୁଦ୍ଧା କେହି ବି ଶୁଣିନଥିଲେକି । ତାଙ୍କ ମନରେ ଟିକେ ବି ଦୟା ଆସିନଥିଲା । ଏହି ବାର୍ତ୍ତାଟି ସୋସିଆଲ ମିଡିଆରେ ପୋଷ୍ଟ ହୋଇସାରିବା ପରେ ଏୟାରଲାଇନ୍ସ କତ୍ତୃପକ୍ଷ ମଧ୍ୟ ନିଜ ମତ ରଖିଥିଲେ । ସେମାନେ କହିଥିଲେକି, ସାର ଆମେ ବୁଝିପାରୁଛୁକି ସେସମୟରେ ଆପଣଙ୍କ ସହିତ କଣ ହୋଇଥିବ ।  ଆଶା କରୁଛୁକି ଆପଣଙ୍କ ଝିଅ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବ । ଆମେ ଏହା ଉପରେ ଅଧିକ ତଦନ୍ତ କରିବୁ । ଆଉ ଏହା ବିଷୟରେ କାଲି ସୁଦ୍ଧା ଆପଣଙ୍କୁ ଜଣାଇବୁ ।

ଏହି ମେସେଜଟି ଭାଇରଲରେ ବିଭିନ୍ନ ମହଲରୁ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଯଦିବା କିଛି ଜଣ ଏୟାରଲାଇନ୍ସ କର୍ମଚାରୀଙ୍କୁ ଏନେଇ ଛି ଛାକର କରୁଛନ୍ତି । କିଛି ଜଣ ଏହା ବି କହୁଛନ୍ତିକି ବାପା ମା’ ମାନେ କେଉଁଠିକି ଯିବା ସମୟରେ ନିଜ ସହିତ ଖାଦ୍ୟ ନେଇ ଯିବା ଉଚିତ । ଜଣେ ଏହା ମଧ୍ୟ କହିଛନ୍ତିକି ଇଣ୍ଡିଗୋ ଏୟାରଲାଇନ୍ସ ଭୁଲ ହୋଇଥାଇପାରେ । କିନ୍ତୁ ପିତାମାତା ଭାବେ ଆପଣ କଣ କରିଛନ୍ତି । ଆପଣଙ୍କ ଛୁଆ ଆପଣଙ୍କ ଦାୟିତ୍ୱ ହେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.