କ୍ରିସ୍‌ମାସ ପୂର୍ବରୁ ଲାଗିଲା ମା’, ବାପାଙ୍କୁ ଝଟ୍‌କା, ପିଲାମାନେ ମଜାରେ ମଜାରେ କରିନେଲେ ହଜାର ହଜାର ଟଙ୍କାର ଶପିଂ!

କ୍ରିସ୍‌ମାସକୁ ଆଉ ମାତ୍ର ୩ ଦିନ ରହିଲା। ଏହି ଖାସ୍‌ ଦିନଟି କୁନି କୁନି ପିଲାଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। କାରଣ, ଏହି ଦିନ ସେମାନଙ୍କ ବାପା, ମା’, ବନ୍ଧୁବାନ୍ଧବ, ନିକଟ ସମ୍ପର୍କୀୟମାନେ ସାନ୍ତାକ୍ଲଜ ହୋଇ ସେମାନଙ୍କ ଲାଗି ପସନ୍ଦର ଗିଫ୍ଟସବୁ ଆଣିଦିଅନ୍ତି। ଏହା ଏମିତି ଏକ ଉତ୍ସବ, ଯେଉଁଠି ଉପହାରରେ ଘର ପୂରିଉଠେ। ଠିକ୍‌ ଏମିତି କିଛି ହୋଇଥିଲା ଆମେରିକାର ମିଶିଗନ୍‌ରେ ରହୁଥିବା ଜଣେ ଦମ୍ପତିିଙ୍କ ସହ। ତାଙ୍କ ଘରକୁ ଯେତେବେଳେ ଗିଫ୍ଟ ଆଇଟମ୍‌ ଆସିବାରେ ଲାଗିଲା, ସେତେବେଳେ ସେମାନଙ୍କୁ ଲାଗିଥିଲା, ଏଗୁଡ଼ିକୁ କେହି ସମ୍ପର୍କୀୟ ପଠାଇଥିବେ। କିନ୍ତୁ ଏହା ପଛରେ ପ୍ରକୃତ କାରଣ କିଛି ଅଲଗା ଥିଲା।

ଏହି କଥା ଆମେ ସମସ୍ତେ ଜାଣୁ ଯେ ଆଜିର ଯୁଗ ହେଉଛି ଇଣ୍ଟରନେଟ୍‌ର ଯୁଗ। ଗୁଗଲ, ସିରି ଏବଂ ଅଲେକ୍ସା ଭଳି ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ବଜାରରେ ଆସିସାରିଛି, ଯେଉଁଗୁଡ଼ିକ ମଣିଷର ଆଦେଶ ପାଳନ କରିଥାଆନ୍ତି। ଆମେରିକା ଦମ୍ପତିଙ୍କ ପିଲାମାନେ ମଧ୍ୟ ଠିକ୍‌ ଏମିତି ହିଁ କରିଥିଲେ। ଦମ୍ପତିଙ୍କ ଛୋଟ ପୁଅଟି ଇଣ୍ଟରନେଟ୍‌ ଚଲାଇବାରେ ପୂରା ମାହିର ଥିଲା। ସେ ମଜାରେ ମଜାରେ ଅଲେକ୍ସାରୁ ଖେଳଣା ଅର୍ଡର କରିଦେଇଥିଲା। ସେପଟେ ଆଦେଶକୁ ପାଳନ କରିବାକୁ ଯାଇ ଅଲେକ୍ସା ମଧ୍ୟ ଖେଳଣା ଅର୍ଡର ନେଇଗଲା ଏବଂ ଏହାର ବିଲିଂ କ୍ରେଡିଟ୍‌ କାର୍ଡ ମାଧ୍ୟମରେ କରିଦେଇଥିଲା।

ଖବର ମୁତାବକ, ବେରୋନିକା ଏଷ୍ଟେଲ ନାମକ ବ୍ୟକ୍ତିଙ୍କ ଘରକୁ ଯେତେବେଳେ ଖେଳଣା ବକ୍ସ ଆସିବାରେ ଲାଗିଥିଲା, ସେତେବେଳେ ସେ ଚକିତ ହୋଇଯାଇଥିଲେ। ପ୍ରଥମରୁ ଦମ୍ପତି ଭାବିଥିଲେ, ଖେଳଣାଗୁଡ଼ିକୁ ତାଙ୍କର ବନ୍ଧୁବାନ୍ଧବ କିମ୍ବା ସାଙ୍ଗସାଥୀ ପଠାଇଥିବେ, କିନ୍ତୁ ପ୍ରକୃତ ସତ ଜାଣିବା ପରେ ଦମ୍ପତି ଆଶ୍ଚଯ୍ୟର୍ ହୋଇଯାଇଥିଲେ। ଖେଳଣାଗୁଡ଼ିକୁ କୌଣସି ବନ୍ଧୁବାନ୍ଧବ ନୁହଁନ୍ତି, ବରଂ ସେମାନଙ୍କ ନିଜ ପିଲାମାନେ ହିଁ ଅଲେକ୍ସା ମାଧ୍ୟମରେ ମଗାଇଥିଲେ। ଆଉ ଏହାର ମୂଲ୍ୟ ମଧ୍ୟ କ୍ରେଡିଟ୍‌ କାର୍ଡ ଜରିଆରେ ନିଆଯାଇଛି।

କହି ରଖୁଛୁ, ଦମ୍ପତିଙ୍କର ଦୁଇଜଣ ପିଲା ମା’ଙ୍କ କ୍ରେଡିଟ୍‌ କାର୍ଡ ଜରିଆରେ ପାଖାପାଖି ୪୭ ହଜାର ଟଙ୍କାର ଖେଳଣା କିଣିଥିଲେ। ବେରୋନିକା ଏହି ଖେଳଣା ଏବଂ ପିଲାମାନଙ୍କ ଭିଡିଓ ବନାଇ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Roshni

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

17 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

20 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

38 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

41 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

50 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

54 mins ago