ଝିଅ ପାଖରୁ ପ୍ରେଗ୍ନାନ୍ସି କିଟ୍ ମିଳିବାରୁ ତଣ୍ଟି ଚିପି ମାରିଦେଲେ ମାଆ, ବାପା; ପରିଚୟ ଲୁଚାଇବା ପାଇଁ ମୃତଦେହକୁ ଏସିଡ୍ରେ ପୋଡ଼ିଦେଲେ!
ଝିଅ ପାଖରୁ ପ୍ରେଗ୍ନାନ୍ସି କିଟ୍ ମିଳିବାରୁ ମାଆ, ବାପାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା, ଯାହାଫଳରେ ସେମାନେ କ୍ରୋଧାନ୍ଵିତ ହୋଇ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ। ୟୁପିର କୌଶାମ୍ବିରୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା।
ୟୁପିର କୌଶାମ୍ବିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମାଆ, ବାପା ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଝିଅ ପାଖରୁ ପ୍ରେଗ୍ନାନ୍ସି କିଟ୍ ମିଳିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମାଆ, ବାପାଙ୍କର ଏତିକିରେ ରାଗ ଶାନ୍ତ ହୋଇ ନ ଥିଲା, ସେମାନେ ଝିଅର ମୃତଦେହକୁ ଏସିଡ୍ ପକାଇ ଜାଳିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ। ପୋଲିସ କହିଛି ଯେ ଦମ୍ପତି ନିଜର ୨୧ ବର୍ଷୀୟା ଝିଅର ତଣ୍ଟି ଚିପି ହତ୍ୟା କରିଛନ୍ତି।
ଝିଅକୁ ହତ୍ୟା କରିବା ପରେ ମାଆ, ବାପା ନିଜର ୨ ସମ୍ପର୍କୀୟଙ୍କ ସହାୟତାରେ ମୃତଦେହ ଉପରେ ଏସିଡ୍ ପକାଇ ଦେଇଥିଲେ, ଯେପରି ମୃତଦେହକୁ ଚିହ୍ନଟ କରାଯାଇ ପାରିବ ନାହିଁ। ପରେ ସେମାନେ ଜଳନ୍ତା ମୃତଦେହକୁ ଗାଁ ପାଖ ପୋଖରୀରେ ଫିଙ୍ଗି ଦେଇଥିଲେ। ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି।
ସୂଚନାଥାଉ କି, ନରେଶ ନାମକ ବ୍ୟକ୍ତି ଗତ ୩ ତାରିଖରେ ନିଜ ଝିଅର ନିଖୋଜ ରିପୋର୍ଟ ପୋଲିସରେ ଦାଖଲ କରିଥିଲେ। ଗତ ମଙ୍ଗଳବାର ଝିଅର କ୍ଷତବିକ୍ଷତ ମୃତଦେହ ଗାଁ ପାଖ ପୋଖରୀରୁ ଜବତ ହୋଇଥିଲା। ପୋଲିସ ମୁତାବକ, ତଦନ୍ତରୁ ଜଣାପଡ଼ିଛି କି, ନରେଶ ଓ ତାଙ୍କ ସ୍ତ୍ରୀ ଶୋଭା ଦେବୀ ନିଜ ଘରେ ହିଁ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ପରିଚୟ ଲୁଚାଇବା ପାଇଁ ସେମାନେ ମୃତଦେହ ଉପରେ ଏସିଡ୍ ପକାଇ ଦେଇଥିଲେ। ନରେଶଙ୍କ ଦୁଇ ଭାଇ ମୃତଦେହକୁ ପିଙ୍ଗିବାରେ ସହାୟତା କରିଥିଲେ।
ପୋଲିସର କହିବା ହେଲା, ଝିଅ ପାଖରୁ ପ୍ରେଗ୍ନାନ୍ସିର କିଛି କିଟ୍ ମିଳିଥିଲା, ଯାହାଫଳରେ ନରେଶଙ୍କୁ ସନ୍ଦେହ ହୋଇଥିଲା କି, ତାଙ୍କ ଝିଅର କୌଣସି ଯୁବକ ସହିତ ସମ୍ବନ୍ଧ ରହିଛି, ଯାହାକୁ ନେଇ ସେ କ୍ରୋଧାନ୍ଵିତ ଥିଲେ।