ପରେଶ ରାୱଲ କଲେ ନିର୍ବାଚନ ଲଢ଼ିବାରୁ ମନା, କହିଲେ ‘ମୁଁ କେବଳ ମୋଦିଙ୍କ ସମର୍ଥକ’

ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ଭାଜପା ସାଂସଦ ପରେଶ ରାୱଲ ସିଧାସଳଖ ଆଗାମୀ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଦେଇଛନ୍ତି। ଏହା ବିଷୟରେ ପରେଶ ରାୱଲ ଟ୍ବିଟ କରି କହିଛନ୍ତି, ମୋର ମିଡିଆ ବନ୍ଧୁମାନଙ୍କୁ ଅନୁରୋଧ ନିର୍ବାଚନ ପାଇଁ ମୋ ନାମାଙ୍କନର ଅପେକ୍ଷା କରନ୍ତୁ ନାହିଁ। ମୁଁ ପାର୍ଟିକୁ ବହୁ ଦିନ ଆଗରୁ କହିଦେଇଥିଲେ କି ମୁଁ ନିର୍ବାଚନ ଲଢ଼ିବି ନାହିଁ। କିନ୍ତୁ ଭାଜପାର ବିଶ୍ବସ୍ତ ଏବଂ ମୋଦିଙ୍କ ସମର୍ଥକ ଭାବେ ରହିବି ।


ପରେଶ ରାୱଲଙ୍କ ଏହି ଟ୍ବିଟ ପରେ ତାଙ୍କ ପ୍ରଶଂସକଙ୍କ ତରଫରୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ମୁଁ ମୋର ସମସ୍ତ ସାକ୍ଷାତକାର ମାନଙ୍କରେ ବାରମ୍ବାର ଏହା କହିଆସିଛି କି ମୋର ରାଜନୀତିରେ କୌଣସି ଆଗ୍ରହ ରହିନାହିଁ । ମୁଁ ଆଶା କରୁଛି ମୋର ଏହି ଟ୍ବିଟ ପରେ ଲୋକସଭା ନିର୍ବାଚନକୁ ନେଇ ମୋ ପାଇଁ ଥିବା ସମସ୍ତ ସନ୍ଦେହ ଦୂର ହୋଇଯାଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.